ରଜନୀକାନ୍ତ ଫ୍ୟାନ୍ସଙ୍କୁ କଲେ ଅପିଲ୍, କହିଲେ ରାଜନୀତିରେ ପ୍ରବେଶ କରିବାକୁ ଚାପ ପକାନ୍ତୁନାହିଁ

Published By : Prameya-News7 Bureau | January 12, 2021 IST

ମୁମ୍ବାଇ ୧୨।୧: ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ବେଶ୍ ଚର୍ଚ୍ଚାରେ । ନିକଟରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ । କିନ୍ତୁ ହଠାତ୍ ତାଙ୍କ ଶରୀର ଅସୁସ୍ଥ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଏକ ବୟାନ ଜାରି କରି ରାଜନୀତିରେ ପ୍ରବେଶ କରିବେନି ବୋଲି ମନା କରିଦେଇଛନ୍ତି ।  

{"id":391256,"sizeSlug":"large","linkDestination":"none"}

ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଶରୀର ଅସୁସ୍ଥ ହେବା, ଭଗବାନଙ୍କର ଚେତାବନୀ ବୋଲି କହି ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ । କିନ୍ତୁ ଏଭଳି ଘୋଷଣା ଦ୍ବାରା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା ଏବଂ ସେବେଠାରୁ ଫ୍ୟାନ୍ସମାନେ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଅନୁରୋଧ କରୁଥିଲେ ।

{"id":391257,"sizeSlug":"large","linkDestination":"none"}

ଏହା ପରେ ରଜନୀକାନ୍ତ ତାମିଲ ଭାଷାରେ ଟ୍ବିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ତାଙ୍କର ନିଷ୍ପତି ବଦଳାଇବାକୁ କେହି ବାଧ୍ୟ କରନ୍ତୁ ନାହିଁ । ଏହାଦ୍ବାରା ତାଙ୍କୁ କଷ୍ଟ ଅନୁଭବ ହେଉଛି । ରଜନୀକାନ୍ତ କହିଛନ୍ତି, ‘ଯେଉଁମାନେ ଏଭଳି ଅନୁରୋଧ କରିନାହାନ୍ତି ମୁଁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ମୁଁ ପ୍ରଥମରୁ ରାଜନୀତିରେ ପ୍ରବେଶ କରିବାର କାରଣ ଆପଣମାନଙ୍କୁ ଜଣାଇସାରିଛି । ମୁଁ ଆପଣମାନଙ୍କୁ ନିବେଦନ କରୁଛି ମୋତେ ଏଭଳି ଅନୁରୋଧ କରନ୍ତୁନାହିଁ । ମୋତେ ରାଜନୀତିକୁ ଆସିବା ପାଇଁ ବାଧ୍ୟ କରିବା ମୋତେ କଷ୍ଟ ଦେଉଛି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.