ସୋହା ଅଲୀଙ୍କ ଇଂରାଜି ବୁଝିବାକୁ ଅଧାରୁ ଝଗଡା ବନ୍ଦ କରନ୍ତି କୁନାଲ, ବାଥରୁମରେ ଗୁଗଲରେ ଖୋଜନ୍ତି ଶବ୍ଦର ଅର୍ଥ

Published By : Prameya-News7 Bureau | October 18, 2020 IST

ମୁମ୍ବାଇ ୧୮/୧୦: ବଲିଉଡର ସୁନ୍ଦର ଦମ୍ପତି ହେଉଛନ୍ତି ଅଭିନେତା କୁନାଲ କେମୁ ଓ ଅଭିନେତ୍ରୀ ସୋହା ଅଲୀ ଖାନ। ଅକ୍ସଫୋର୍ଡରେ ପଢ଼ିଛନ୍ତି ପଟୌଦି ପରିବାରର ଝିଅ ସୋହା । କୁନାଲ ଏକ ଭିଡ଼ିଓରେ କହିଛନ୍ତି ସୋହାଙ୍କ ଇଂରାଜି ଜ୍ଞାନ ଖୁବ୍ ଭଲ। ତାଙ୍କ ଇଂରାଜି ବୁଝିବା ପାଇଁ ତାଙ୍କୁ ବେଳେ ବେଳେ ଡିକସନାରି ବ୍ୟବହାର କରିବାକୁ ହୁଏ।

ସେ ତାଙ୍କ ପୁରୁଣା ଏକ ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ  କପିଲ ଶର୍ମା ତାଙ୍କୁ ପଚାରିଛନ୍ତି ସୋହାଙ୍କ ଇଂରାଜି ବୁଝିବା ପାଇଁ କ’ଣ କୃନାଲଙ୍କୁ ପାଖରେ କେବେ​‌ କେବେ ଡିକସନାରି ରଖିବାକୁ ପଡେ? ଏହାର ଉତ୍ତରରେ କୁନାଲ ପୁରୁଣା କଥା ମନେ ପକାଇ କହିଛନ୍ତି ଥରେ ଶବ୍ଦର ଅର୍ଥ ଜାଣିବା ପାଇଁ ଅଧାରୁ ସୋହାଙ୍କ ସହ ତାଙ୍କୁ ଝଗଡ଼ା ବନ୍ଦ କରିବାକୁ ପଡ଼ିଥିଲା।

wp:core-embed/instagram {"url":"https://www.instagram.com/p/CE86pGNhK4N/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CE86pGNhK4N/?utm_source=ig_embed
/wp:core-embed/instagram

ସେ ପୁଣି କହିଛନ୍ତି ଯେହେତୁ ତାଙ୍କ ପାଠପଢ଼ା ଅକ୍ସଫୋର୍ଡରୁ, ତାଙ୍କର ଇଂରାଜି ଜ୍ଞାନ ବେଶ ଭଲ। ଏହା ସ୍ବାଭାବିକ କଥା। ଯେତେବେଳେ ଝଗଡ଼ା ହୁଏ କୁନାଲ ହିନ୍ଦୀରେ ଝଗଡ଼ା କରନ୍ତି। ମାତ୍ର ସୋହା ଇଂରାଜିରେ ଝଗଡ଼ା କରନ୍ତି। ବେଳେ ବେଳେ ସେ ଏମିତି ଶବ୍ଦ ବ୍ୟବହାର କରନ୍ତି ଯାହା​‌କୁ ଆଦୌ ବୁଝିପାରି ନ ଥାନ୍ତି କୁନାଲ। ଶବ୍ଦର ଅର୍ଥ ବୁଝିବା ପାଇଁ ବାଥରୁମ ଯିବାର ବାହାନା କରନ୍ତି। ବାଥରୁମ ଯାଇ ସେ ଗୁଗଲରେ ଶବ୍ଦର ମାନେ ଖୋଜନ୍ତି। ତା’ପରେ ଝଗଡ଼ା ଜାରି ରଖନ୍ତି। ତେବେ ସୋହାଙ୍କ ପାଇଁ ତାଙ୍କ ଇଂରାଜି ଜ୍ଞାନ ଟିକେ ସୁଧୁରିଥିବା କହିଛନ୍ତି କୁନାଲ। ୨୦୧୫ ଜାନୁଆରୀ ୨୫ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.