Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଅଭିନେତା କିଶୋର ନାନ୍ଦଲସ୍କରଙ୍କ କରୋନାରେ ପରଲୋକ: ‘ସିଂହମ୍’ ଓ ‘ଜିସ୍ ଦେଶ୍ ମେଁ ଗଙ୍ଗା ରହତା ହେ’ ଭଳି ଫିଲ୍ମରେ କରିଥିଲେ ଅଭିନୟ

20/04/2021 at 5:24 PM

ମୁମ୍ବାଇ ୨୦/୦୪ : ବଲିଉଡ ଫିଲ୍ମ ‘ବାସ୍ତବ’, ‘ଜିସ ଦେଶ ମେଁ ଗଙ୍ଗା ରହତା ହେ’, ଖାକୀ, ‘ସିଂହମ’ ଭଳି ଫିଲ୍ମରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଅଭିନେତା କିଶୋର ନାନ୍ଦଲସ୍କରଙ୍କର ମଙ୍ଗଳବାର ଅପରାହ୍ନରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ୮୧ ବର୍ଷ ବୟସ୍କ କିଶୋର ମରାଠୀ ଫିଲ୍ମ ଓ ସିରିଏଲ ଜଗତର ଜଣେ ଜଣାଶୁଣା କଳାକାର ଥିଲେ। ସେ ଅନେକ ହିଟ ବଲିଉଡ ଫିଲ୍ମରେ ମଧ୍ୟ ଚରିତ୍ର ଓ ସହ-କଳାକାର ଭାବେ ଅଭିନୟ କରିଛନ୍ତି।

କିଶୋର ନାନ୍ଦଲସ୍କରଙ୍କ ନାତି ଅନିଷ କିଶୋରଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କିଶୋରଙ୍କୁ ଗତ ସପ୍ତାହ ବୁଧବାର ଦିନ କରୋନା ଯୋଗୁଁ ଠାଣେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

କୋଭିଡ ସେଣ୍ଟରରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ବୋଲି ସେ କହିଛନ୍ତି। ସେ ଠିକ ଭାବେ କଥାବାର୍ତ୍ତା ମଧ୍ୟ କରିପାରୁନଥିଲେ। ତାଙ୍କର ଅକ୍ସିଜେନ ଲେଭଲ ମଧ୍ୟ ବହୁତ କମିଯାଇଥିଲା।

କିଶୋର ନାନ୍ଦଲସ୍କର ୧୯୮୯ ରେ ମରାଠୀ ଫିଲ୍ମ ‘ଇନା ମିନା ଡିକା’ରୁ ବଡ ପରଦାରେ ପାଦ ରଖିଥିଲେ।

   Related Posts