କୁମ୍ଭରେ ଶାହୀ ସ୍ନାନକୁ ନେଇ ଟ୍ୱିଟ୍ କରିବା ପଡିଲା ମହଙ୍ଗା: ଲୋକପ୍ରିୟ ଅଭିନେତାଙ୍କୁ ଜୀବନରେ ମାରିଦେବାକୁ ଧମକ୍

Published By : Prameya-News7 Bureau | April 15, 2021 IST

ମୁମ୍ବାଇ ୧୫/୦୪ : ହରିଦ୍ୱାରରେ ଜାରି ରହିଥିବା ମହାକୁମ୍ଭ ମେଳାକୁ ନେଇ ଏକ ପୋଷ୍ଟ ସେୟାର କରିବା ପରେ ଟିଭି ଅଭିନେତା କରଣ ବାହୀଙ୍କୁ ଘୃଣ୍ୟ ସନ୍ଦେଶ ଓ ଜୀବନରେ ମାରିଦେବାକୁ ଧମକ ମିଳୁଛି। ଅଭିନେତା କରଣ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରଣ ବାହୀ କହିଛନ୍ତି କୋଭିଡ ମହାମାରୀ ସମୟରେ କୁମ୍ଭ ମେଳାରେ ନାଗା ସାଧୁଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଅପମାନଜନକ ମେସେଜ ଓ ଜୀବନରେ ମାରିଦେବାକୁ ଧମକ ମିଳୁଛି। ତାଙ୍କୁ ମିଳିଥିବା ମେସେଜର ସ୍କ୍ରିନସଟ ମଧ୍ୟ ସେ ସେୟାର କରିଛନ୍ତି। କିଛି ଇନଷ୍ଟାଗ୍ରାମ ୟୁଜର୍ସ ତାଙ୍କ ଉପରେ ହିନ୍ଦୁ ଭାବନାକୁ ଆହତ କରିଥିବା ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, "ନାଗା ବାବାମାନଙ୍କ ପାଇଁ ୱାର୍କ ଫ୍ରମ ହୋମ ସୁବିଧା ନାହିଁ କି ? ଯେପରି ଗଙ୍ଗାରୁ ପାଣି ନେଇ ଘରେ ସ୍ନାନ କରିପାରିବେ।"

{"id":438675,"sizeSlug":"large","linkDestination":"none"}

ଉତ୍ତରାଖଣ୍ଡରେ ଚାଲିଥିବା ମହାକୁମ୍ଭ ମେଳାର ଶାହୀ ସ୍ନାନ ପରେ ଅନେକ ସାଧୁ ଓ ଶ୍ରଦ୍ଧାଳୁ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ୧୦୨ ତୀର୍ଥଯାତ୍ରୀ ଓ ୨୦ ସାଧୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମେଳାର ଅନେକ ଧାର୍ମିକ ସଂଗଠନର ମୁଖ୍ୟ କରୋନା ଯାଞ୍ଚ କରାଇବାକୁ ମନା କରିଦେଇଥିଲେ। ନାଗା ବାବା ଓ କୁମ୍ଭ ମେଳାକୁ ନେଇ କରଣ ଦେଇଥିବା ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଲୋକଙ୍କୁ ପସନ୍ଦ ଆସିନଥିଲା। ଲୋକେ ତାଙ୍କୁ ହିନ୍ଦୁ ଭାବନାକୁ ଆହତ କରିଥିବା ଆରୋପ ଲଗାଇଛନ୍ତି। କିଛି ଲୋକ ଅଭଦ୍ର ଭାଷା ବ୍ୟବହାର କରି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି।

{"id":438674,"sizeSlug":"large","linkDestination":"none"}

ଅଭିନେତା କରଣ ବାହୀ ଆଜି ଟିଭି ଇଣ୍ଡଷ୍ଟ୍ରିର ଟପ କଳାକାରଙ୍କ ମଧ୍ୟରେ ଜଣେ। ସେ ଜଣେ ଭଲ କଳାକାର ହେବାସହ ଭଲ କ୍ରିକେଟର ଓ ବ୍ୟବସାୟୀ ମଧ୍ୟ। ନିଜ ଆକ୍ଟିଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୱେବ୍ ସିରିଜ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.