୬ ଜଣ ଅଭିନେତ୍ରୀଙ୍କ ସହ ରିଲେସନଶିପରେ ରହିଲା ପରେ ଏହି ପ୍ରେମିକାଙ୍କୁ ବିବାହ କରିଲେ

Published By : Prameya-News7 Bureau | April 18, 2019 IST

ମୁମ୍ୱାଇ ୧୮|୪:  ଅଭିନେତା କରନ ପଟେଲଙ୍କୁ ଟିଭି ଜଗତର ଶାହରୁଖ ଖାନ କୁହାଯାଏ। କରନ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ଖୁବ ପ୍ରତିଷ୍ଠା ଲାଭ କରିଛନ୍ତି । ଅଭିନୟ କରିବା ପୂର୍ବରୁ ସେ ଅନେକ ସଂଘର୍ଷ କରିଛନ୍ତି। ଏହି କାରଣରୁ ଆଜି ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । କରନ ବଲିଉଡରେ ମଧ୍ୟ କାମ କରିସାରିଛନ୍ତି। ତେବେ ଜାଣନ୍ତୁ ବିବାହ ପୂର୍ବରୁ କେଉଁ ଅଭିନେତ୍ରୀଙ୍କ ସହ କରନ ରିଲେସନଶିପ୍‌ରେ ଥିଲେ ।

୧.କରନ ପଟେଲ ଓ ଅମିତା ଚାଣ୍ଡେକର

{"id":104632,"width":585,"height":351}

କରନ ଓ ଅମିତା ଏକା ସହ ଗୋଟେ ଟିଭି ସୋରେ କାମ କରିଛନ୍ତି। ଶୁଟିଂ ସମୟରେ ଉଭୟ ପରସ୍ପରକୁ ଡେଟ କରୁଥିଲେ। କିଛି ବର୍ଷ ଡେଟ କରିଲା ପରେ ଦୁହେଁ ଅଲଗା ହୋଇଥିଲେ ।

୨. ପାୟଲ ରୋହତଗି ଓ କରନ ପଟେଲ

{"id":104633,"width":571,"height":428}

ଗୋଟେ ସମୟରେ ପାୟଲ ଓ କରନ ଲଭ ବର୍ଡସ ଭାବେ ପରିଚିତ ଥିଲେ। କରନ ପାୟଲଙ୍କୁ ବହୁତ ଭଲ ପାଉଥିଲେ ବୋଲି କୁହାଯାଇଥିଲା  । କୌଣସି କାରଣ ପାଇଁ ଉଭୟ ବ୍ରେକ୍‌ଅପ୍‌ କରିଥିଲେ। ବ୍ରେକ୍‌ଅପ୍‌ ପରେ ଅନେକ ବିବାଦ ହୋଇଥିଲା। ପାୟଲ ସୋସିଆଲ ମିଡିଆରେ କରନଙ୍କୁ ଗାଳି ଦେଇଥିଲେ।

୩. ପ୍ରିୟଙ୍କା ବାସି ଓ କରନ ପଟେଲ

{"id":104634,"width":565,"height":424}

୨୦୧୨ ମସିହାରେ ପ୍ରିୟଙ୍କା ଓ କରନ ପରସ୍ପରଙ୍କୁ ଭେଟିଥିଲେ। ଉଭୟ ସର୍ଭାଇୱର ଇଂଡିଆ ସେଟ୍‌ରେ ଦେଖା ହୋଇଥିଲେ। ତାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଧିରେ ଧିରେ ବନ୍ଧୁତା ପ୍ରେମରେ ବଦଳିଥିଲା। ରିଲେସନଶିପ୍‌ରେ ରହିବାର କିଛି ଦିନ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଥିଲେ।

୪. କରନ ପଟେଲ ଓ ପ୍ରତ୍ୟୁଷା ବାନାର୍ଜୀ

{"id":104635}

ପ୍ରତ୍ୟୁଷା ଆଜି ଆମ ସମସ୍ତଙ୍କ ଗହଣରେ ନାହାନ୍ତି। କରନ ଓ ପ୍ରତ୍ୟୁଷା କିଛି ବର୍ଷ ପରସ୍ପରଙ୍କୁ ଡେଟ୍‌ କରୁଥିଲେ। ରିପୋର୍ଟ ଅନୁସାରେ କରନଙ୍କ ପାଇଁ ପ୍ରତ୍ୟୁଷା ଓ କାମ୍ୟା ପଞ୍ଜାବିଙ୍କ ମଧ୍ୟରେ ଫାଇଟ୍‌ ହୋଇଥିଲା। ମିଡିଆ ଆଗରେ ପ୍ରତ୍ୟୁଷା ତାଙ୍କର ଓ କରନଙ୍କ ରିଲେସନଶିପ କେବେ ଗ୍ରହଣ କରିନଥିଲେ।

୫. କରନ ପଟେଲ ଓ କାମ୍ୟା ପଞ୍ଜାବି

{"id":104636}

କରନ ଓ କାମ୍ୟାଙ୍କ ବ୍ରେକ୍‌ଅପ୍‌ ହେବା ପରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା କାରଣ ଉଭୟଙ୍କ ଯୋଡି ଅନେକ ଜଣଙ୍କୁ ପସନ୍ଦ ଥିଲା। ଉଭୟଙ୍କ ବିବାହ ହେବା ପୂର୍ବରୁ ଦୁହେଁ ପରସ୍ପରଠୁ ଅଲଗା ହୋଇଥିଲେ। କିନ୍ତୁ ଭାଗ୍ୟରେ ଯାହା ହେବାର ଥାଏ ତାହା କେହି ଅଟକାଇପାରନ୍ତି ନାହିଁ।

୬. ଅଙ୍କିତା ଭାର୍ଗବ ଓ କରନ ପଟେଲ

{"id":104637,"width":579,"height":445}

୨୦୧୪ ମସିହାରେ ଅଙ୍କିତା ଓ କରନଙ୍କର ନିର୍ବନ୍ଧ ହୋଇଥିଲା। ଉଭୟ ୨୦୧୫ ମସିହାରେ ବିବାହ କରିଥିଲେ। ଦୁହେଁ ଏବେ ପରସ୍ପର ସହ ବହୁତ ଖୁସି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.