ପ୍ରସିଦ୍ଧ ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ପରଲୋକ : ଶ୍ରଦ୍ଧାଞ୍ଜଳି ଜଣାଇଲେ ଚନ୍ଦ୍ରବାବୁ ନାଇଡ଼ୁ

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୮/୯: ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୭୪ବର୍ଷ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କ ପରଲୋକ ହୋଇଛି। ତାଙ୍କ ପରଲୋକରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଜୟପ୍ରକାଶ ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

wp:core-embed/twitter {"url":"https://twitter.com/ncbn/status/1303171928039944192","type":"rich","providerNameSlug":"twitter","className":""}
https://twitter.com/ncbn/status/1303171928039944192
/wp:core-embed/twitter

ଏନ ଚନ୍ଦ୍ରବାବୁ ନାଇଡ଼ୁ ଲେଖିଛନ୍ତି ଯେ- ଜୟ ପ୍ରକାଶ ରେଡ୍ଡୀଙ୍କ ପରଲୋକରେ ତେଲୁଗୁ ସିନେମା ଏବଂ ଥିଏଟର ଆଜି ଜଣେ ଦିଗ୍ଗଜଙ୍କୁ ହରାଇଛି। ଦୀର୍ଘ ଦଶକରୁ ତାଙ୍କ ବହୁମୁଖୀ ପ୍ରଦର୍ଶନ ଆମକୁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଛି। ଦୁଃଖର ସମୟରେ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପାଇଁ ତାଙ୍କ ମନ ଭରି ଆସିଛି।

{"id":326682,"sizeSlug":"large"}

ଜୟ ପ୍ରକାଶ ରେଡ୍ଡୀ ଖଳନାୟକ ଏବଂ ହାସ୍ୟ ଅଭିନୟ ପାଇଁ ଜଣା ଯାଉଥିଲେ। ତାଙ୍କର ସବୁଠୁ ଲୋକପ୍ରିୟ ଫିଲ୍ମ ମଧ୍ୟରେ ସମରସିହ୍ମା ରେଡ୍ଡୀ, Preminchukundam Raa, ନରସିହ୍ମା ନାଇଡ଼ୁ, Nuvvostanante Nenoddantana,ଜୁଲାଇ,ରେଡି,କିକ୍,ଜୟମ୍ ମନଡେରା, Jamba Lakidi Pamba, ଅବୁନୁ ବଲ୍ଲିଦାରୁ ଇସ୍ତାପାଇରୁ,କବଡ୍ଡି କବଡ୍ଡି, Evadi Gola Vadidi ଏବଂ Kithakithalu ଆଦି ରହିଛି।

{"id":326685,"sizeSlug":"large"}

ସେ ସିଲଭର ସ୍କ୍ରିନରେ ୪୦ବର୍ଷ ବୟସରେ ଡେବ୍ୟୁ କରିଥିଲେ। ୧୯୮୮ମସିହାରେ ଭେଙ୍କଟେଶଙ୍କ ଫିଲ୍ମ Brahma Puthrudu ରେ ସେ ସବ୍-ଇନସ୍ପେକ୍ଟର ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ ବଡ଼ ବ୍ରେକ୍ ୧୦ବର୍ଷ ପରେ  ୧୯୯୯ମସିହାରେ ନନ୍ଦାମୁରୀ ବାଳକୃଷ୍ଣଙ୍କ ଫିଲ୍ମ ସମରସିହ୍ମା ରେଡ୍ଡୀରୁ ମିଳିଥିଲା। ସେବେଠୁ ତାଙ୍କ କ୍ୟା

{"id":326687,"sizeSlug":"large"}

ଜୟ ପ୍ରକାଶ ଶେ​‌ଷ ଥର ମହେଶ ବାବୁଙ୍କ ଅଭିନୀତ ଫିଲ୍ମ Sarileru Neekevvaruରେ ନଜର ଆସିଥିଲେ। ଏହି ଫିଲ୍ମ ଏବର୍ଷ ଜାନୁୟାରୀରେ ରିଲିଜ ହୋଇଥିଲା।

{"id":326689,"width":576,"height":739,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.