Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଯାତ୍ରା କମେଡିଆନ୍ ଜଗା ରାଉତଙ୍କ ପରଲୋକ, କରୋନା ଆଉ ଜଣେ କଳାକାରଙ୍କୁ ଛଡାଇନେଲା

27/04/2021 at 1:33 PM

ଭୁବନେଶ୍ୱର ୨୭/୪: ହସାଉଥିଲେ କିନ୍ତୁ ତାଙ୍କ ହସକୁ ଲିଭାଇଦେଲା କରୋନା । ଶିଷ୍ଟ ମଞ୍ଚ ଅଭିନେତା ତଥା ବୟୋଜ୍ୟଷ୍ଠ କମେଡିଆନ୍ ଜଗା ରାଉତଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଅବସ୍ଥାରେ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ପୁରୀ ଜିଲ୍ଲା ନିମାପଡାରେ ଜନ୍ମିତ ଜଗାଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଫଳରେ ମହାମାରୀର ଶିକାର ହୋଇଛନ୍ତି ଆଉ ଜଣେ ଲୋକପ୍ରିୟ କଳାକାର ।

ଯାତ୍ରା ଜଗତରେ ଅପ୍ରତିଦ୍ୱନ୍ଦୀ ବ୍ୟଙ୍ଗ ଅଭିନେତା ଭାବେ ବିଶେଷ ପରିଚିତ ଥିଲେ ଜଗା ରାଉତ । ଦୀର୍ଘ ୬୨ ବର୍ଷ ଧରି ଯାତ୍ରା ଅଭିନୟ ସହ ସେ ଜଡିତ ଥିଲେ । ଓଡ଼ିଆ ଯାତ୍ରା ଜଗତରେ ଜଗା ମଉସା ଭାବେ ପରିଚିତ । ୧୯୫୮ ମସିହାରେ ଅଭିନୟକୁ ଆସିଥିବା ଜଗା ରାଉତ ସାତଶଙ୍ଖ ଅପେରା କୋଣାର୍କ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିଥିଲେ ।  ସେ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ବୟୋଜ୍ୟଷ୍ଠ ଯାତ୍ରା କମେଡିଆନ୍ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କର ମୃତ୍ୟୁ ଯାତ୍ରା ଜଗତ ସହ ଯାତ୍ରା ପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜଧାନୀ ତତେ ଦୁରୁ ଜୁହାର, ନକହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜଫୁଲ, ବୋହୁ ଆଣିଥିଲି ବେଶ୍ୟାପଡାରୁ, କହଲୋ ବଉଳ କିଏ ତୋ ବର ଭଳି ଯାତ୍ରାରେ ଅବିନୟ କରିଛନ୍ତି ଜଗା

   Related Posts