ଇରଫାନ ଖାନ ହସ୍ପିଟାଲରେ ଭର୍ତ୍ତି : ଅଚାନକ ବିଗିଡ଼ିଗଲା ସ୍ୱାସ୍ଥ୍ୟ

Published By : Prameya-News7 Bureau | April 28, 2020 IST

ମୁମ୍ବାଇ ୨୮/୦୪ : ବଲିଉଡ ଅଭିନେତା ଇରଫାନ ଖାନଙ୍କୁ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ମିଳିଥିବା ସୂତ୍ର ଅନୁଯାୟୀ, ମଙ୍ଗଳବାର ସକାଳୁ ଇରଫାନ ଅଚାନକ ବାଥରୁମରେ ପଡି ଯାଇଥିଲେ | ପଡିଯିବା ପରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଏବଂ ସେ ଦୁର୍ବଳ ଅନୁଭବ କରିଥିଲେ | ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଉ କିଛି ସୂଚନା ମିଳିନାହିଁ | ଏପ୍ରିଲ ୨୫ ତାରିଖରେ ଜୟପୁରରେ ଇରଫାନଙ୍କ ମା ବେଗମଙ୍କ ମୃତ୍ୟୁ ହୋଇଥିଲା | ଲକଡାଉନ ଯୋଗୁଁ ସେ ମା'ଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିନଥିଲେ | ସେ ନିଜ ପରିବାର ସହ ଭିଡିଓ କଲରେ କଥା ହୋଇଥିଲେ ଏବଂ ମା'ଙ୍କୁ ଅନ୍ତିମ ଦର୍ଶନ କରିଥିଲେ |


ଦୁଇ ବର୍ଷ ପୂର୍ବରୁ ୨୦୧୮ ମସିହାରେ ଇରଫାନ କ୍ୟାନସରରେ ପୀଡିତ ହୋଇଥିଲେ | ଚିକିତ୍ସା ପାଇଁ ସେ ଲଣ୍ଡନ ଯାଇଥିଲେ | ଲଣ୍ଡନରେ ପାଖାପାଖି ବର୍ଷେ ସେ ଚିକିତ୍ସିତ ହୋଇଥିଲେ ଏବଂ ୨୦୧୯ ଏପ୍ରିଲ ମାସରେ ସୁସ୍ଥ ହୋଇ ନିଜ ଦେଶକୁ ଫେରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.