ଅଭିନେତା ଗୋବିନ୍ଦାଙ୍କ ଫିଲ୍ମ କ୍ୟାରିୟରର ସେହି ବଡ ଭୁଲ୍, ଯେଉଁଥିପାଇଁ ତାଙ୍କର ରହିଛି ଅବସୋସ

Published By : Prameya-News7 Bureau | December 21, 2020 IST

ମୁମ୍ବାଇ ୨୧।୧୨: ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ଅଭିନୟ ଏବଂ ଷ୍ଟାଇଲ୍ ପାଇଁ ସେ ବେଶ୍ ଜଣାଶୁଣା । ଆଜି ତାଙ୍କର ଜନ୍ମଦିନ । ସେ ୫୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କ କ୍ୟାରିୟରରେ ନାନା ଉତ୍ଥାନପତ୍ତନ ସେ ଦେଖିଛନ୍ତି । ଗୋବିନ୍ଦାଙ୍କର ଯେଉଁ ଅନ୍ଦାଜ ୯୦ ଦଶକରେ ଦେଖିବାକୁ ମିଳୁଥିଲା ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ । କିଛି କିଛି ସ୍ଥାନରେ ଅତିଥି ଭାବେ ଅନେକ ଥର ଗୋବିନ୍ଦାଙ୍କୁ ଡକାଯାଉଛି । କିନ୍ତୁ ଏବେ ତାଙ୍କର ଆଉ ହିଟ୍ ଫିଲ୍ମ ଦେଖିବାକୁ ମିଳୁନାହିଁ । ଏମିତିରେ ମନକୁ ପ୍ରଶ୍ନ ଆସେ ଯେ ଏମିତି କଣ ହେଲା ଯେ ୯୦ ଦଶକ ପରେ ଅଚାନକ ଗୋବିନ୍ଦାଙ୍କ ଫିଲ୍ମ କ୍ୟାରିୟର ଠପ୍ ହୋଇଗଲା ।

{"id":380623,"sizeSlug":"large","linkDestination":"none"}
aajtak

ଏବେ ଯେଉଁ ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଛି ଗୋବିନ୍ଦା ତାର ଉତ୍ତର ମଧ୍ୟ ଦେଇଥିଲେ । ସେ ନେପୋଟିଜିମ୍‌କୁ ବିରୋଧ ତ କରିନଥିଲେ ମାତ୍ର ବଲିଉଡ୍‌ର ଅନେକ ପାଓ୍ବାର ସେଣ୍ଟର ବିଷୟରେ ମଧ୍ୟ କହିଥିଲେ । ସେ ସ୍ବୀକାର କରିଥିଲେ ଯେ, କୌଣସି ବଡ ଗ୍ରୁପ୍ ସହ ନ ଯୋଡି ହେବା ତାଙ୍କ କ୍ୟାରିୟର ପାଇଁ କ୍ଷତିକାରକ ହୋଇଥିଲା । ଯଦି ସେ କୌଣସି ବଡ ହାଉସ୍ ସହ ଯୋଡି ହୋଇ ରହିଥାନ୍ତେ ତେବେ ନିଶ୍ଚୟ ତାଙ୍କୁ ଏବେ ଫିଲ୍ମ ମିଳୁଥାନ୍ତା । ସେ କହିଥିଲେ ବଲିଉଡ୍ ଏକ ବଡ ପରିବାର । ଯଦି ଆପଣ ସମସ୍ତଙ୍କ ସହ ମିଳିମିଶି ଚଳୁଛନ୍ତି ତେବେ ଆପଣ ଭଲରେ ରହିପାରିବେ । ଯଦି ଆପଣ ସେହି ପରିବାରର ଅଂଶ ତେବେ ଆପଣ ଭଲ କାମ ପାଇବେ ।

wp:html
/wp:html

ଗୋବିନ୍ଦା ଆହୁରି ମଧ୍ୟ ଭାବନ୍ତି ଯେ, ତାଙ୍କ ଖରାପ ସମୟରେ ଅନ୍ୟମାନେ ତାଙ୍କ ସମସ୍ୟାକୁ ବଢାଇ ଦେଇଥିଲେ । ଏହି କାରଣରୁ ସେ ତାଙ୍କ କ୍ୟାରିୟରରେ ଉଠିବା ପରିବର୍ତ୍ତେ ଆହୁରି ଅଧିକ ସମସ୍ୟା ଭିତରକୁ ଟାଣି ହୋଇଯାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ନିର୍ଦ୍ଦେଶକ ଡେଭିଡ୍ ଧାୱନଙ୍କ ସହ ଗୋବିନ୍ଦାଙ୍କ ମନୋମାଳିନ୍ୟ କାହାରିକୁ ଲୁଚିନାହିଁ । ଯେଉଁ ନିର୍ଦ୍ଦେଶକଙ୍କ ସହ ଗୋବିନ୍ଦା ତାଙ୍କ କ୍ୟାରିୟରର ସମସ୍ତ ହିଟ୍ ଫିଲ୍ମ କରିଛନ୍ତି । ଯେଉଁ ନିର୍ଦ୍ଦେଶକଙ୍କ ସହ କାମ କରି ସେ ନିଜ ପାଇଁ ସୁପରଷ୍ଟାର ଆଖ୍ୟା ଅର୍ଜନ କରିଛନ୍ତି, ବର୍ତ୍ତମାନ ସେ ତାଙ୍କ ସହ କାମ କରିବାକୁ ମଧ୍ୟ ଚାହୁଁନାହାଁନ୍ତି । ଗୋବିନ୍ଦା ଡେଭିଡ୍ ଧାୱନଙ୍କ ସହ ଶୋଲା ଏବଂ ଶବନମ୍, କୁଲି ନଂ ୧, ସାଜନ ଚଲେ ସସୁରାଲ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.