Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନାରେ ହାରିଗଲେ ଆଉ ଜଣେ ସିନେ ତାରକା, ପରଲୋକରେ ଅଭିନେତା ବିକ୍ରମଜିତ୍‌

1/05/2021 at 11:32 AM

ମୁମ୍ବାଇ ୧।୫: କରୋନାରେ ଚାଲିଗଲେ ଆଉ ଜଣେ ଅଭିନେତା । ସିନେ ଅଭିନେତା ବିକ୍ରମଜିତ୍ କନୱରପାଲଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।ତାଙ୍କ ବିୟୋଗରେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ‘ଆଜି ସକାଳେ କୋଭିଡ୍ ଯୋଗୁଁ ଅଭିନେତା ମେଜର ବିକ୍ରମଜିତ୍ କନୱରପାଲଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଥିଲେ, ଯିଏ ଅନେକ ଫିଲ୍ମ ଏବଂ ଟେଲିଭିଜନ ସିରିଏଲରେ ସହାୟକ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ।’

ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ୍ କନୱରପାଲ ୨୦୦୩ ମସିହାରେ ଅଭିନୟ ଜଗତରେ ପାଦ ଥାପିଥିଲେ । ସେ ପେଜ୍ ୩, ରକେଟ୍ ସିଂହ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ଆରକ୍ଷଣ, ମର୍ଡର ଟୁ, ଟୁ ଷ୍ଟେଟ୍ସ ଏବଂ ଗାଜି ଆଟାକ୍ ଭଳି ଫିଲ୍ମରେ ଅଭିନୟ କରିଥିଲେ । ଫିଲ୍ମ ବ୍ୟତୀତ ସେ ଦିୟା ଔର ବାତି ହମ୍, ୟେ ହୈ ଚାହତେ, ଦିଲ୍ ହି ତୋ ହୈ ଏବଂ ୨୪ ଟେଲିଭିଜନ ସିରିଏଲରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

କରୋନା ମହାମାରୀ ଯୋଗୁଁ ବଲିଉଡ୍ ଜଗତକୁ ଅଧିକ କ୍ଷତି ସହିବାକୁ ପଡୁଛି । କୋଭିଡ୍-୧୯ ଯୋଗୁଁ ଅନେକ କଳାକାର ପ୍ରାଣ ହରାଇସାରିଲେଣି ।

   Related Posts