Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କରୋନାରେ କଳାକାର ବାସୁଦେବ ମିଶ୍ରଙ୍କ ଦେହାନ୍ତ : ଭୟରେ କାନ୍ଧ ଦେଲେନି ସାହିପଡିଶା, ଶବ ସତ୍କାର କଲେ ସରପଞ୍ଚ ଓ ବିଡିଓ

17/06/2021 at 1:30 PM

ଭଦ୍ରକ ୧୭।୬:  କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଶେଷ ସମୟରେ ଶବ ଛୁଇଁଲେନାହିଁ ସାହିପଡିସା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତ ବଡ଼ ତିରଣ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ବଡତିରଣ ଗ୍ରାମରେ ବର୍ଷୀୟାନ କଳାକାର ଭାବେ ଜଣାଶୁଣା ବାସୁଦେବ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ରହିଥିଲେ। ଏଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରର ଅନେକ ଲୋକ ମଧ୍ୟ ଥଣ୍ଡା ଜ୍ଵରରେ ଅସୁସ୍ଥ ଥିଲେ । ତାଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ଘରକୁ ଫେରିଛନ୍ତି। ଏହି ପରିସ୍ଥିତିରେ ବାସୁଦେବଙ୍କର କରୋନାରେ ମୃତ୍ୟୁ ହୋଇଥିଲା।  ତାଙ୍କ ମୃତ ଶରୀର ନିକଟକୁ ଭୟରେ ସାହିପଡିସା ଆସିନଥିଲେ।

ଗାଁ ଦାଣ୍ଡରେ ମରଶରୀର ବହୁ ସମୟ ଧରି ପଡ଼ି ରହିଥିଲା। ଏହି ଖବର ଧାମନଗର ବିଡ଼ିଓ  ଜାଣିବା ପରେ ତୁରନ୍ତ ଘଟଣାସ୍ଥଳକୁ ଆସିଥିଲେ।  ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ନଦୀଗାଁ ସରପଞ୍ଚ ମନୋଜ କୁମାର ରାୟ ମହାପାତ୍ରଙ୍କ ସମେତ ସ୍ବାସ୍ଥ୍ୟକର୍ମୀମାନେ ପହଞ୍ଚି ମରଶରୀରକୁ କାନ୍ଧ ଦେଇଥିଲେ। ସମସ୍ତେ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିବା ଜଣାପଡିଛି ।

   Related Posts