ନିଜ ବିବାହ ବିଷୟରେ ଖୁଲାସା କଲେ ଅଭିନେତା-କମେଡ଼ିଆନ୍ ବଳରାଜ : କହିଲେ କିପରି ଭେଟିଥିଲେ ଦୀପ୍ତିଙ୍କୁ
6/09/2020 at 12:50 PM

ନୂଆଦିଲ୍ଲୀ ୬/୯: କମେଡ଼ିଆନ୍-ଅଭିନେତା ବଳରାଜ ଗତ ମାସ ଅଗଷ୍ଟ ୬ତାରିଖରେ ପଞ୍ଜାବର ଜଲନ୍ଧରରେ ଗାୟିକା ଦୀପ୍ତି ତୂଲିଙ୍କୁ ବିବାହ କରିଛନ୍ତି। ଏହି ବିବାହକୁ ନେଇ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ହେଉଛି। ବଳରାଜ କହିଛନ୍ତି ଯେ ଦୀପ୍ତିଙ୍କ ସହ ତାଙ୍କର କିପରି ସାକ୍ଷାତ ହୋଇଥିଲା ଏବଂ ବିବାହ ପାଇଁ କିପରି ରାଜି କରାଇଥିଲେ?

ବଳରାଜ କହିଛନ୍ତି,‘ ସେମାନେ ଗତ ବର୍ଷ ଜୁଲାଇରେ ଚଣ୍ଡିଗଡ଼ରେ ଏକ ସୁଟିଂ ସମୟରେ ଭେଟିଥିଲେ। ସେ ଏକ ଶୋ ହୋଷ୍ଟ କରୁଥିବାବେଳେ ବଳରାଜ ନିଜ ବ୍ୟାଣ୍ଡ ସହ ପଫର୍ମ କରୁଥିଲେ। ଦୀପ୍ତି ତାଙ୍କୁ ତୁରନ୍ତ ପସନ୍ଦ ଆସି ଯାଇଥିଲା କିନ୍ତୁ ସେହି ସମୟରେ ଦୀପ୍ତି କିନ୍ତୁ ବଳରାଜଙ୍କୁ ପସନ୍ଦ କରିନଥିଲେ।

ବଳରାଜ କହିଥିଲେ ଯେ ଏହା ପରେ ସେ ଯେତେବେଳେ ଫିୟର ଫ୍ୟାକ୍ଟର ଖତରୋଁ କେ ଖିଲାଡ଼ିର ସୁଟିଂକୁ ଯାଇଥିଲେ,ସେତେବେଳେ ସେ ଦୀପ୍ତିଙ୍କୁ ଲଗାତାର ମ୍ୟାସେଜ କରିଥିଲେ କିନ୍ତୁ ସେ ଜମା ତାଙ୍କୁ ଖାସ୍ ରିପ୍ଲାଇ କରୁନଥିଲେ। ତୁର୍କୀ ଏବଂ ଗ୍ରିସ ଟ୍ରିପ୍ ସମୟରେ ସେମାନଙ୍କ ମଧ୍ୟରେ ପୁଣି ଥରେ କଥାବାର୍ତ୍ତା ହୋଇଥିଲା। ସେ ସେଠାରୁ ଫେରିବାରୁ ଅନେକ ଥର ତାଙ୍କୁ ଭେଟିଥିଲେ।

ବିବାହକୁ ନେଇ ବଳରାଜ କୁହନ୍ତି ଯେ ସେ ନିଜ ଜନ୍ମଦିନରେ ତାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ସେ ଗୋଆରେ ଦୀପ୍ତିଙ୍କୁ ପ୍ରପୋଜ କରିଥିଲେ। ଏହା ଦୀପ୍ତିଙ୍କ ପାଇଁ ସରପ୍ରାଇଜ ଭଳି ଥିବାରୁ ସେ ତୁରନ୍ତ ହଁ କହିନଥିଲେ। ଏହା ପରେ ସେ ପୁଣି ଥରେ ବିବାହ କଥା କହିଥିଲେ ଏବଂ ସେ ପ୍ରସ୍ତୁତ ହୋଇଥିଲେ। ଲକଡାଉନରେ ଉଭୟ ପରିବାର ମଧ୍ୟରେ କଥାବାର୍ତ୍ତା ହୋଇଥିଲା ଏବଂ ସେମାନଙ୍କ ହରୋସ୍କୋପ୍ ମଧ୍ୟ ମ୍ୟାଚ୍ ହୋଇଯାଇଥିଲା।
