Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ପୁଣି ଗିରଫ ହେଲେ ଅଭିନେତା ଅରମାନ କୋହଲି : ହୋଇପାରେ ୩ ବର୍ଷ ଜେଲ

21/12/2018 at 11:46 PM

ମୁମ୍ବାଇ ୨୧/୧୨ : ବିଗ ବାସ ଶୋରେ ଭାଗ ନେଇଥିବା ତଥା ଅଭିନେତା ଅରମାନ କୋହଲି ଗିରଫ ହୋଇଛନ୍ତି | ଘରେ ଅବୈଧ ମଦ ରଖିଥିବା ଅଭିଯୋଗରେ ଗୁରୁବାର ରାତିରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା | ଗୁରୁବାର ରାତିରେ ଅବକାରୀ ବିଭାଗ ଅରମାନଙ୍କ ଘରେ ଚଢ଼ାଉ କରିଥିଲା | ଚଢ଼ାଉ କରି ଅବକାରୀ ବିଭାଗ ତାଙ୍କ ଘରୁ ୪୧ ଟି ମଦ ବୋତଲ ଜବତ କରିଥିଲା | ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ନିଜ ଘରେ ୧୨ଟି ବୋତଲରୁ ଅଧିକ ରଖିପାରିବେ ନାହିଁ | ଅରମାନ ଏହି ନିୟମକୁ ଉଲଂଘନ କରିଥିଲେ |


ଅବକାରୀ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅରମାନଙ୍କ ଘରେ ଅବୈଧ ମଦ ବୋତଲ ଥିବା ସେ ଖବର ପାଇଥିଲେ | ଖବର ପାଇ ଅବକାରୀ ବିଭାଗ ଅରମାନଙ୍କ ଜୁହୁ ସ୍ଥିତ ଘରେ ଚଢ଼ାଉ କରିଥିଲା | ବମ୍ବେ ମଦ ନିଷେଧ ନିୟମ ୧୯୪୯ ଧାରା ୬୩ (ଇ) ଅନୁସାରେ ଅରମାନଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ | ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା | ତେବେ ଅରମାନ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ବୋଲି ଆଶଙ୍କା କରାଯାଉଛି | ଜେଲ ଦଣ୍ଡ ସହ ଜୋରିମାନା ମଧ୍ୟ ଦେବାକୁ ପଡିପାରେ |


ହାଇକୋର୍ଟ ଜଜ ଅରମାନଙ୍କ ଠାରୁ ଏକ ଅଫିଡେଭିତ ଦାବି କରିଛନ୍ତି | ତେବେ ଅରମାନ ଯାହା ଯେଉଁ ଅପରାଧ କରିଛନ୍ତି ତା ପାଇଁ ସେ ଦୁଃଖିତ ଏବଂ ଆଗକୁ ଏଭଳି ଭୁଲ ଆଉ କରିବେନି ବୋଲି ଲେଖି ଅଫିଡେଭିତରେ ଦେବେ ବୋଲି ହାଇକୋର୍ଟ ତାଙ୍କୁ ନିର୍ଦେଶ ଦେଇଛନ୍ତି |


ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁନ ମାସରେ ଲିଭ ଇନରେ ପ୍ରେମିକା ସହ ରହୁଥିବା ରାନ୍ଧବାଙ୍କୁ ଅରମାନ ମାରପିଟ କରୁଥିବା ଅଭିଯୋଗ ହୋଇଥିଲା | ଏହି ମାମଲାରେ ମଧ୍ୟ ପୋଲିସ ଅରମାନଙ୍କୁ ଗିରଫ କରିଥିଲା | ମୁମ୍ବାଇ ବରସବା ଥାନା ଅଂଚଳରେ ମଧ୍ୟ ତାଙ୍କ ନାଁରେ ଏକ ମାମଲା ରୁଜ୍ଜୁ ହୋଇଥିଲା | ଜଣେ ଫାମିଲି ଫେସନ ଡିଜାଇନରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲା | ଚଳିତ ବର୍ଷ ସେ ୩ଥର ଗିରଫ ହୋଇ ଜେଲ ଗଲେଣି | ତେବେ ଦେଖାଯାଉ ଏଥର କଣ ହେଉଛି |

   Related Posts