ଡ୍ରଗ୍ସ କାରବାର ମାମଲାରେ ବନ୍ଧାହେଲେ ଅଭିନେତା ଅରମାନ କୋହଲି, ଦୀର୍ଘସମୟ ପଚରାଉଚରା ପରେ ଗିରଫ କଲା NCB

Published By : Prameya-News7 Bureau | August 29, 2021 IST

ମୁମ୍ୱାଇ ୨୯/୦୮: ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ଅଭିନେତା ଅରମାନ କୋହଲି । ଦୀର୍ଘସମୟ ପଚରା ଉଚରା ପରେ ଗିରଫ କରିଛି NCB । ଶନିବାର ସନ୍ଧ୍ୟାରେ NCB ଅରମାନଙ୍କ ଘରେ ରେଡ୍ କରିଥିଲେ । ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । NCB କହିବା ମୁତାବକ ଡ୍ରଗ୍ସ ମାପିଆଙ୍କୁ ଖୋଜି ଖୋଜି NCB ଅରମାନଙ୍କ ନିକଟରେ ପହଞ୍ଚିଥିଲା ।

wp:html /wp:html

ଡ୍ରଗ୍ସ ମାଫିଆ ଓ ଅରମାନଙ୍କୁ ସାମ୍ନା ସାମ୍ନି ବସାଇ ପଚରା ଉଚରା କରିବା ପରେ ସବୁକିଛି ସ୍ପଷ୍ଟ ହୋଇଥିଲା । କେବଳ ଏତିକି ନୁହେଁ, ବଲିଉଡର ଅନ୍ୟମାନେ ଏଥିରେ ଜଡିତ ଅଛନ୍ତି । ଆଗକୁ ଏହାର ଯାଞ୍ଚ କରାଯିବ । ତେଣୁ ଅଧିକ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ NCB । ଅରମାନ ଗିରଫ ହେବା ପରେ ଆଗାମୀ ଦିନରେ NCB ପଞ୍ଝାରେ ଆଉ କିଏ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶନିବାର ମୁମ୍ବାଇରେ ଅରମାନ କୋହଲିଙ୍କ ବାସଭବନରେ ଚଢାଉ କରିଥିଲା । ଏହା ପରେ ଅରମାନଙ୍କୁ ଏନସିବି କାର୍ଯ୍ୟାଳୟକୁ ନିଆଯାଇଥିଲା । ସୂଚନା ଥାଉକି, ଅରମାନ କୋହଲି ବିଗ୍ ବସ୍ -୭ ର ଏକ ଅଂଶ ଥିଲେ ଏବଂ ସେହି ସମୟ ମଧ୍ୟରେ ସେ ମଧ୍ୟ ବିବାଦରେ ଥିଲେ । ଏହା ବ୍ୟତୀତ, ସେ ଜମାନା, କୋହ, ଭୀର, ଜାନି ଦୁଶମାନ ଭଳି ଚଳଚିତ୍ର ଅଭିନୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.