ଡ୍ରଗ୍ସ ମାମଲା : ଡାକ୍ତରଙ୍କ ବୟାନରୁ ବଢିଲା ଅଡୁଆ, ଗିରଫ ହୋଇପାରନ୍ତି ଅଭିନେତା ଅର୍ଜୁନ ରାମପାଲ

Published By : Prameya-News7 Bureau | December 21, 2020 IST

ମୁମ୍ବାଇ ୨୧।୧୨: ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ଅଭିନେତା ଅର୍ଜୁନ ରାମପାଲଙ୍କ ବଢିଲା ସମସ୍ୟା । ଅର୍ଜୁନ ରାମପାଲ ସୋମବାର ପୁଣି ଥରେ ଏନସିବିରେ ହାଜର ହୋଇଛନ୍ତି । ଡ୍ରଗ୍ସ ମାମଲାରେ ତାଙ୍କୁ ପଚରାଉଚରା କରାଯିବ । ଏହି ମାମଲାରେ ଦିଲ୍ଲୀର ଜଣେ ଡାକ୍ତରଙ୍କ ବୟାନ ନେଇଛି ଏନସିବି । ଧାରା ୧୬୪ରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଡାକ୍ତରଙ୍କ ବୟାନ ରେକର୍ଡ କରିଛି ଏନସିବି । ଡାକ୍ତରଙ୍କ ବୟାନ ଆଧାରରେ ଅର୍ଜୁନ ରାମପାଲଙ୍କୁ ଗିରଫ ମଧ୍ୟ କରାଯାଇପାରେ ।

ଡାକ୍ତର ଜଣଙ୍କ କହିଛନ୍ତି ମାମଲା ଏବେ ବିଚାରାଧୀନ ରହିଛି । ଏଥିପାଇଁ ଏହାସହ ଜଡିତ ତଥ୍ୟ ସେୟାର କରିପାରିବି ନାହିଁ । ଯାହାବି ଜରୁରୀ କଥା ରହିଛି ତାହା ଏନସିବିକୁ କହିସାରିଛି । ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ବୟାନ ମଧ୍ୟ ରେକର୍ଡ କରାଯାଇସାରିଛି । ମୁଁ ଏନସିବିକୁ ସହଯୋଗ କରିବି ।

ସୂତ୍ର ଅନୁସାରେ ମୁମ୍ବାଇର ଜଣେ ଡାକ୍ତରଙ୍କ ବୟାନ ଏନସିବି ରେକର୍ଡ କରିସାରିଛି । ଅର୍ଜୁନ ରାମପାଲଙ୍କ ଜଣେ ନିକଟତର ଦିଲ୍ଲୀର ଜଣେ ଡାକ୍ତରଙ୍କ ଉପରେ ଚାପ ପକାଇ ପୁରୁଣା ତାରିଖରେ ଡାକ୍ତରଙ୍କଠାରୁ ପ୍ରେସକ୍ରିପସନ୍ ଲେଖାଇଥିଲେ । ଯାହା ତାଙ୍କୁ ଏନସିବି ତଦନ୍ତରୁ ବଞ୍ଚାଇ ପାରିବ ।

ଅର୍ଜୁନ ରାମପାଲଙ୍କ ଘରୁ ନଭେମ୍ବର ୯ ତାରିଖରେ ଛାନଭିନ କରାଯାଇଥିଲା । ଛାନଭିନ୍ ବେଳେ ତାଙ୍କ ଘରୁ ଟ୍ରେମାଡୋଲ ଟାବଲେଟ୍ ଜବତ କରାଯାଇଥିଲା । ଏହାପରେ ଅର୍ଜୁନ ରାମପାଲଙ୍କ ଲିଭ୍ ଇନ୍ ପାର୍ଟନର ଗୈବ୍ରିଏଲା ଡିମିଟ୍ରିଏଡସଙ୍କ ସହ ଦୁଇ ଥର ପଚରାଉଚରା କରାଯାଇଥିଲା । ଅର୍ଜୁନ ରାମପାଲ ନଭେମ୍ବର ୧୩ ତାରିଖରେ ଏନସିବି ନିକଟରେ ହାଜର ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.