Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କରୋନାକୁ ମାତ୍ ଦେଲେ ଅଭିନେତା ଅର୍ଜୁନ କପୁର

7/10/2020 at 6:26 PM

ନୂଆଦିଲ୍ଲୀ ୦୭/୧୦: ବଲିଉଡ ଅଭିନେତା ଅର୍ଜୁନ କପୁର ଏ​‌ବେ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋଦ୍ ଅର୍ଜୁନ ଇନଷ୍ଟାଗ୍ରାମରେ ଏ କଥା ପୋଷ୍ଟ କରି ଜଣାଇଛନ୍ତି। ଏହା ସହ କରୋନାରୁ ସୁସ୍ଥ ହୋଇ କିଭଳି ଅନୁଭବ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି ଏବେ ସେ ପୂରା ସୁସ୍ଥ ହୋଇଛନ୍ତି ଓ ପୁଣି ଥରେ କାମକୁ ଫେରିବା ନେଇ ଉତ୍ସାହିତ ଅଛନ୍ତି।

ତେବେ ଏ ନେଇ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ଆଶୀର୍ବାଦ ଓ ସମର୍ଥନ ଯୋଗୁ ସେ ସୁସ୍ଥ ହୋଇଥିବା କହିଛନ୍ତି। ଏହା ସହ କରୋନା ଭାଇରସ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଇଛନ୍ତି।

View this post on Instagram

🙏

A post shared by Arjun Kapoor (@arjunkapoor) on

ଅର୍ଜୁନ କହିଛନ୍ତି ଏ ଭାଇରସ ଭାରି ମାରାତ୍ମକ। ସମସ୍ତଙ୍କୁ ଯଥାସମ୍ଭବ ସଚେତନ ରହିବା ଦରକାର। ଲୋକଙ୍କୁ ବୁଝିବା ଦରକାର ଯେ କେହି ବି ଭାଇରସରେ ଆକ୍ରାନ୍ତ ହୋଇପାରନ୍ତି। ଅର୍ଥାତ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ମଣିଷ ପର୍ଯ୍ୟନ୍ତ। ବିଏମସି ସମର୍ଥନ ଓ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ଅର୍ଜୁନ। କେବଳ ଏତିକି ନୁହେଁ ଫ୍ରଣ୍ଟଲାଇନ କର୍ମଚାରୀ ନିଜ ଜୀବନକୁ ବିପଦରେ ପକାଇ କାମ କରୁଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ତେବେ ଅର୍ଜୁନ ସେପ୍ଟେମ୍ବର ୬ରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଥିଲେ।

   Related Posts