Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଗୁଜୁରାଟୀ ସିନେମାର ପ୍ରସିଦ୍ଧ ଅଭିନେତା ଅରବିନ୍ଦ ରାଠୌଡଙ୍କ ପରଲୋକ

2/07/2021 at 4:46 PM

ନୂଆଦିଲ୍ଲୀ ୦୨/୦୭: ଗୁଜୁରାଟୀ ସିନେମାର ପ୍ରସିଦ୍ଧ ଅଭିନେତା ଅରବିନ୍ଦ ରାଠୌଡଙ୍କ ପରଲୋକ ହୋଇଛି । ଅରବିନ୍ଦ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କାମ କରିଥିଲେ । ୮୩ ବର୍ଷିୟ ଅଭିନେତା ଦୀର୍ଘଦିନ ଧରି ଅସୁସ୍ଥତା ସହ ସଂଘର୍ଷ କରିବା ପରେ ଗତ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ, ଅରବିନ୍ଦ ରାଠୌଡ କିଛି ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ଏବଂ ଏହାପରେ ସେ ଦୁର୍ବଳତା ହେତୁ ସଯ୍ୟାରେ ଥିଲେ । ଅରବିନ୍ଦ ବିବାହ କରିନଥିଲେ ଏବଂ ସେ ତାଙ୍କ ପୁତୁରା ଏବଂ ବହୁଙ୍କ ସହ ରହୁଥିଲେ ।

ଅଭିନୟ କରିବା ପୂର୍ବରୁ ଅରବିନ୍ଦ ଫଟୋ ସାମ୍ବାଦିକ ଭାବରେ କାମ କରୁଥିଲେ । ଫିଲ୍ମ ‘ମେରା ନାମ ଜୋକର୍’ରେ ରାଜ କପୁର ତାଙ୍କୁ ଏକ ଛୋଟ ଭୂମିକା ଦେଇଥିଲେ । ଏହାପରେ ସେ ଜନି ମେରା ନାମ, ବଦନାମ ଫରିସ୍ତେ, କୋରା କାଗଜ, ସଲାମ ମେମସାବ ସମେତ ଅନେକ ଫିଲ୍ମରେ କାମ କରିଥିଲେ । ଅରବିନ୍ଦ ରାଠୌଡ ଅମିତାଭ ବଚ୍ଚନଙ୍କ ଫିଲ୍ମ ଅଗ୍ନିପଥ ଏବଂ ଖୁଦା ଗବାହ ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅଭିନେତା ବଲିଉଡରେ କାମ ଛାଡିବା ପରେ ମୁମ୍ବାଇ ମଧ୍ୟ ଛାଡି ଦେଇଥିଲେ । ସେ ଅହମଦାବାଦରେ ରହୁଥିଲେ ।

   Related Posts