Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ସୋନୁ ସୁଦ୍ ଓ ଅମୀର ଖାନଙ୍କୁ ଆର୍ଥିକ ସହାୟତା ପାଇଁ ଗୁହାରି କଲେ ଅନୁପମ୍ ଶ୍ୟାମ୍ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

28/07/2020 at 6:36 PM

ମୁମ୍ବାଇ ୨୮/୦୭ : ବଲିଉଡ ଅଭିନେତା ଅନୁପମ ଶ୍ୟାମ କିଡନୀ ସଂକ୍ରମଣ ଯୋଗୁଁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସେ କେବଳ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁନାହାନ୍ତି ବରଂ ଆର୍ଥିକ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି | ତାଙ୍କର ଜଣେ ନିକଟ ବନ୍ଧୁ ତଥା ଫିଲ୍ମକାର ରାମଚନ୍ଦ୍ରନ ସୋସିଆଲ ମିଡ଼ିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ଅନୁପମ ଶ୍ୟାମ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଆର୍ଥିକ ସହାୟତା ପାଇଁ ଅମୀର ଖାନ ଓ ସୋନୁ ସୁଦଙ୍କୁ ଗୁହାରି କରିଛନ୍ତି |

ସେ ଟ୍ୱିଟ କରି କହିଛନ୍ତି ଯେ, ‘ଅନୁପମ ଗୋରେଗାଁର ଲାଇଫଲାଇନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସେ ହ୍ୱାଟ୍ସ ଆପ ଗ୍ରୁପରେ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି | ଅମୀର ଖାନ ଓ ସୋନୁ ସୁଦଙ୍କୁ ମଧ୍ୟ ସାହାଯ୍ୟ ମାଗିଛନ୍ତି |’ ସୂଚନାଯୋଗ୍ୟ ଯେ, ୬୨ ବର୍ଷ ବୟସ୍କ ଅନୁପମ ଶ୍ୟାମ କିଡନୀ ସଂକ୍ରମଣ ଯୋଗୁଁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସେ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତ୍ତି ଅଛନ୍ତି | ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି |

ଅନୁରାଗ କହିଛନ୍ତି ଯେ, ଗତ ୯ ମାସ ହେଲା ତାଙ୍କର ଡାଏଲେସିସ ଚାଲୁଛି | କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ୬ ମାସ ପୂର୍ବରୁ ତାଙ୍କର ଚିକିତ୍ସା ରୋକିବାକୁ ପଡିଥିଲା | ଅନୁରାଗ କହିଛନ୍ତି ଯେ, ଗତକାଲି ରାତିରେ ଯେତେବେଳେ ଅନୁପମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେତେବେଳେ ମଧ୍ୟ ସେ ଆର୍ଥିକ ସମସ୍ୟାରେ ରହିଛନ୍ତି | ତାଙ୍କୁ ଆର୍ଥିକ ସହାୟତା ଆବଶ୍ୟକ | 

ସିନେ ଆଣ୍ଡ ଟେଲିଭିଜନ ଆର୍ଟିଷ୍ଟ ଏସୋସିଏସନର ଯୁଗ୍ମ ସଚିବ ଅମିତ ବହଲ ଏବିପି ନ୍ୟୁଜକୁ କହିଛନ୍ତି ଯେ, ସଂସ୍ଥା ପୂର୍ବରୁ ମଧ୍ୟ ଅନୁପମଙ୍କୁ ଆର୍ଥିକ ସାହାଯ୍ୟ କରିଛି ଏବଂ ଏବେ ମଧ୍ୟ ଯେତିକି ସମ୍ଭବ ସାହାଯ୍ୟ କରିବ | ସୂଚନାଯୋଗ୍ୟ ଯେ, ଅନୁପମ ଶ୍ୟାମଙ୍କ ଭାଇ ସଲମାନ ଖାନ ବିଙ୍ଗ ହ୍ୟୁମନ ଓ ମନୋଜ ବାଜପେୟୀଙ୍କୁ ମଧ୍ୟ ଆର୍ଥିକ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି |

ଉତ୍ତର ପ୍ରଦେଶ ପ୍ରତାପଗଡ଼ରେ ଜନ୍ମ ହୋଇ ନାଟକ ଦୁନିଆରୁ ପ୍ରଥମେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ଅନୁପମ ଶ୍ୟାମ | ସେ ଲଜ୍ଜା, ନାୟକ, ଦୁବାଇ ରିଟର୍ଣ୍ଷ, ଶକ୍ତି:ଦ ପାୱାର ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି |

   Related Posts