Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅଭିନେତା ଅନିରୁଦ୍ଧ ଦାଭେଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଫ୍ୟାନ୍ସଙ୍କୁ ପତ୍ନୀ କହିଲେ ପ୍ରାର୍ଥନା କରନ୍ତୁ

1/05/2021 at 6:09 PM

ମୁମ୍ବାଇ ୧।୫: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ଅନିରୁଦ୍ଧ ଦାଭେଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଦେଖିବାକୁ ମିଳୁନାହିଁ । ଏହା ତାଙ୍କ ପ୍ରଶଂସକ ଏବଂ ପରିବାଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଅଭିନେତାଙ୍କ ପତ୍ନୀ ଶୁଭି ଅହୁଜା ଏକ ପୋଷ୍ଟ ମାଧ୍ୟମରେ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଉପରେ ଯାହା ବିତୁଛି ତାହା ଜଣାଇଛନ୍ତି । ଶୁଭି ଅନିରୁଦ୍ଧଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଛୋଟ ପୁଅକୁ କୋଳରେ ଧରିଛନ୍ତି ।

ସେ ଲେଖିଛନ୍ତି, ମୁଁ ବର୍ତ୍ତମାନ ଅନିରୁଦ୍ଧଙ୍କୁ ଭେଟିବାକୁ ଯାଉଛି ଯିଏ କରୋନା ସହ ସଂଘର୍ଷ କରୁଛନ୍ତି ଏବଂ ଗୁରୁତର ଅଛନ୍ତି । ମୋତେ ମୋର ଦୁଇ ମାସର ସାନ ପୁଅ ଅନିସ୍କକୁ ଘରେ ଛାଡି ଯିବାକୁ ପଡୁଛି । ଏହା ମୋ ଜୀବନର ସବୁଠୁ ବଡ ଚ୍ୟାଲେଞ୍ଜ । ଗୋଟିଏ ପଟେ ଯେଉଁଠାରେ ଅନିସ୍କକୁ ମୋର ଆବଶ୍ୟକତା ରହିଛି କାରଣ ଏବେ ସେ ବହୁତ ଛୋଟ,  ଅନ୍ୟପଟେ ମୋତେ ଅନିରୁଦ୍ଧଙ୍କୁ ମଧ୍ୟ ଦେଖିବାକୁ ଯିବାକୁ ପଡିବ । ଏହି ସମୟରେ ଅନିରୁଦ୍ଧଙ୍କୁ ଆପଣମାନଙ୍କର ପ୍ରାର୍ଥନାର ଆବଶ୍ୟକତା ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ପଟିଆଲା ବେବସ୍ ଫେମ୍ ଅଭିନେତା ସପ୍ତାହେ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।

   Related Posts