ଗୁପ୍ତ ଭାବରେ ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କୁ ବିବାହ କଲେ ଅଙ୍ଗିରା ଧର, ସେୟାର କଲେ ୱେଡିଙ୍ଗ୍ ଫଟୋ

Published By : Prameya-News7 Bureau | June 26, 2021 IST

ମୁମ୍ବାଇ ୨୬/୦୬: ବଲିଉଡ ଅଭିନେତ୍ରୀ ଅଙ୍ଗିରା ଧର ସୋସିଆଲ ମିଡିଆରେ ତାଙ୍କ ବିବାହ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କ ସହ ତାଙ୍କ ବିବାହ ଫଟୋ ସେୟାର କରି ଅଙ୍ଗିରା କହିଛନ୍ତି ଯେ ଦୁହେଁ ୩୦ ଏପ୍ରିଲରେ ବିବାହ କରିଥିଲେ। ଅଙ୍ଗିରା ଧର ଏବଂ ଆନନ୍ଦ ତିୱାରୀଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

wp:html
/wp:html

ଅଙ୍ଗିରା ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋ ସେୟାର କରି ଅଙ୍ଗିରା କ୍ୟାପସନରେ ଲେଖିଛନ୍ତି, 'ମେ ୩୦ ରେ ଆନନ୍ଦ ଏବଂ ମୁଁ ଆମର ବନ୍ଧୁତାକୁ ପରିବାର ସଦସ୍ୟ ଏବଂ ବିଶେଷ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହରେ ପରିଣତ କରିଥିଲୁ। ଜୀବନ ଆମ ଚାରିପାଖରେ ଧୀରେ ଧୀରେ ଅନଲକ୍ ହେଉଛି, ତେଣୁ ଆମେ ମଧ୍ୟ ଆମର ଖୁସିକୁ ଆପଣଙ୍କ ସହିତ ଅନଲକ୍ କରୁଛୁ ।‘

ଦ୍ୱିତୀୟ ଫଟୋ ସେୟାର୍ କରି ଅଙ୍ଗିରା କ୍ୟାପସନରେ ଏକ ହାର୍ଟ ଇମୋଜି କରିଛନ୍ତି । ଫ୍ୟାନ୍ସମାନେ ଅଙ୍ଗିରା ଏବଂ ଆନନ୍ଦଙ୍କ ଉଭୟ ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ପ୍ରଥମ ଫଟୋରେ ଦମ୍ପତି ଅଗ୍ନିକୁଣ୍ଡ ସମ୍ମୁଖରେ ବସି ପରସ୍ପରକୁ ଚାହିଁଥିବାବେଳେ ଦ୍ୱିତୀୟ ଫଟୋରେ ଉଭୟଙ୍କୁ ଥାଳିରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ଲାଲ୍ ସାଢିରେ ଅଙ୍ଗିରା ଧର ଏବଂ ଶେରୱାନୀରେ ଆନନ୍ଦ ତିୱାରୀ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

wp:html
/wp:html

ଅଙ୍ଗିରା ଏବଂ ଆନନ୍ଦଙ୍କ ଫଟୋକୁ ଫ୍ୟାନ୍ସମାନଙ୍କ ସମେତ ଷ୍ଟାରମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ଏବଂ କମେଣ୍ଟ ସେକ୍ସନରେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଆୟୁଷ୍ମାନ ଖୁରାନା, ଅନନ୍ୟା ପାଣ୍ଡେ, ବିର ଦାସ, ରସିକା ଦୁଗଲ, ଗଜରାଜ ରାଓ, ଗୌହର ଖାନ, ମାନଭି ଗଗରୁଙ୍କ ସମେତ ଅନେକ ଷ୍ଟାର ଅଭିନନ୍ଦନ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.