ବୃଦ୍ଧାଶ୍ରମରେ ଜନ୍ମଦିନ ପାଳନ କଲେ ଆକାଶ ଦାସନାୟକ: ସମାଜକୁ ଦେଲେ ସୁନ୍ଦର ବାର୍ତ୍ତା, ‘ଖୁସି ବାଣ୍ଟିଲେ ବଢେ'

Published By : Prameya-News7 Bureau | September 17, 2021 IST

ଭୁବନେଶ୍ୱର ୧୭/୦୯ : ଅଭିନେତାରୁ ରାଜନେତା ହୋଇଥିବା ଆକାଶ ଦାସନାୟକଙ୍କ ଆଜି ଜନ୍ମଦିନ। ଓଡ଼ିଆ ସିନେ ଜଗତର ଲୋକରିଆ ଅଭିନେତା ତଥା ରାଜନେତା ଆକାଶ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସମାଜ ସେବାକୁ ଗୁରୁତ୍ତ୍ଵ ଦେଉଥିବା ଆକାଶ ପ୍ରତିବର୍ଷ ନିଜ ଜନ୍ମଦିନ ଟିକେ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ଏ ବର୍ଷ ବି ସେ ନିଜ ପରିବାର ସମ୍ପର୍କୀୟଙ୍କ ସହ ଜନ୍ମଦିନ ପାଳନ ନ କରି ଵୃଦ୍ଧାଶ୍ରମରେ ପାଳନ କରି ସମାଜକୁ ଏକ ସୁନ୍ଦର ସନ୍ଦେଶ ଦେଇଛନ୍ତି।

{"id":513239,"sizeSlug":"full","linkDestination":"none"}

ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକ ପ୍ରତିବର୍ଷ ନିଜ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରି ଆସୁଛନ୍ତି । ଏହି ବର୍ଷ ଭୁବନେଶ୍ୱର ସ୍ଥିତ “ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ”ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆକାଶଙ୍କ ଜନ୍ମଦିନ ଉପଲକ୍ଷେ “ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ” ଏହି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରିଥିଲା ।

{"id":513245,"sizeSlug":"full","linkDestination":"none"}

ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ଦିଆଯାଇଥିଲା । ଏକ ଘରୋଇ ହସ୍ପିଟାଲ ଡାକ୍ତର ଏହି ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ସହଯୋଗ କରିଥିଲେ । ଜନ୍ମଦିନରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ। ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ କେକ କାଟି ସେ ଜନ୍ମଦିନ ପାଳନ କରିବା ସହ ଏମାନଙ୍କ ସହ ସମୟ ବିତାଇଛନ୍ତି।

{"id":513242,"sizeSlug":"full","linkDestination":"none"}

ଆକାଶ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିଛନ୍ତି । ସେ କହିଛନ୍ତିଲେ ‘ଖୁସି ବାଣ୍ଟିଲେ ବଢେ'। ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧିଜୀବି ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆକାଶ ମଧ୍ୟ ନିଜ ଜନ୍ମଦିନରେ ସମସ୍ତଙ୍କୁ କରୋନା ସଚେତନତା ବାର୍ତା ଦେଇଛନ୍ତି।

{"id":513235,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.