ଅଭିନେତା ଏବଂ ସାଂସଦ ଅନୁଭବ ମହାନ୍ତିଙ୍କୁ ଦୁର୍ବ୍ୟବହାର : ଟ୍ବିଟ୍ ଯୋଗେ ପୋଲିସ କମିଶନରଙ୍କୁ କଲେ ଅଭିଯୋଗ

Published By : Prameya-News7 Bureau | September 30, 2019 IST

କଟକ ୩୦/୯: ପୋଲିସର ଦୁର୍ବ୍ୟବହାର ନେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଟ୍ବିଟ୍ । ଟ୍ବିଟ୍ ଯୋଗେ ପୋଲିସ କମିଶନରଙ୍କୁ ଅଭିଯୋଗ କଲେ ବିଜେଡି ସାଂସଦ ଅନୁଭବ ମହାନ୍ତି । ତାଙ୍କ କଟକ ସ୍ଥିତ ବାସଭବନ ଆଗରେ କିଛି ଦୁର୍ବୃତ୍ତ ଗଣ୍ଡଗୋଳ କରିବା ସହ ଗାଳିଗୁଲଜ କରିଥିଲେ । ଏନେଇ ଅଭିଯୋଗ ପରେ ବି ପୁରୀଘାଟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅନୁଭବ ମହାନ୍ତି ଅଭିଯୋଗ କରିଛନ୍ତି  ।

{"id":164450}

କେବଳ ସେତିକି ନୁହେଁ ପୁରୀଘାଟ ଆଇଆଇସି ଦୁର୍ବ୍ୟବହାର କରିଥିବା ମଧ୍ୟ ଅନୁଭବ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ ମଧ୍ୟ ପୁରୀଘାଟ ଆଇଆଇସି ଅଭିଯୁକ୍ତକୁ ଗିରଫ କରିନଥିବା ସାଂସଦ ଅଭିଯୋଗ କରିଛନ୍ତି ।

{"id":164451,"width":586,"height":386}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.