୭୭ ବର୍ଷରେ ପଦାର୍ପଣ କଲେ ଅମିତାଭ ବଚ୍ଚନ, ଛୁଟୁଛି ଶୁଭେଚ୍ଛାର ସୁଅ

Published By : Prameya-News7 Bureau | October 11, 2019 IST

ମୁମ୍ବାଇ ୧୧|୧୦:  ୭୭ ବର୍ଷରେ ପଦାର୍ପଣ କଲେ ବଲିଉଡ଼ ‘ଶାହେନ ଶାହ’ ଅମିତାଭ ବଚ୍ଚନ । ଚାରି ଦଶନ୍ଧି ଧରି ଅଭିନୟ କରି ଦେଶବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିବା ସହ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ରାଜତ୍ବ କରି ଚାଲିଛନ୍ତି । ଆଜି ତାଙ୍କ ଜନ୍ମ ଦିନ ଅବସରରେ ସାରା ବଲିଉଡ ଜଗତ ସହ ପ୍ରଂଶସକଙ୍କ ମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି ।

ଅର୍ଦ୍ଧଶତାବ୍ଦୀର ଅଭିନୟ ଜୀବନ। ଦେଶ ବିଦେଶରେ କୋଟି କୋଟି ପ୍ରଶଂସକ । ୧୯୦ ଚଳଚ୍ଚିତ୍ର, ୧୧ ଫିଲ୍ମଫେୟାର ଆଓ୍ବାର୍ଡ, ୪ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ପଦ୍ମଶ୍ରୀ, ପଦ୍ମବିଭୂଷଣ ଓ ପଦ୍ମଭୂଷଣ ଭଳି ରାଷ୍ଟ୍ରୀୟ ସମ୍ମାନ । ଚଳଚ୍ଚିତ୍ର କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି ଏହି ମହାନାୟକ ।

ଲମ୍ବା ସିନେମା କ୍ୟାରିଅରରେ ଅମିତାଭ ଏମିତି କିଛି ଚରିତ୍ରରେ ଆସିଛନ୍ତି ଯାହା ମାଇଲଖୁଣ୍ଟି ସାବ୍ୟସ୍ତ ହୋଇଛି । ସମାଜର ପ୍ରତିଫଳନ ଦେଖିବାକୁ ମିଳିଛି ତାଙ୍କ ଅଭିନୟରେ । ସତୁରି ଦଶକରେ ଅମିତାଭଙ୍କ ଆଙ୍ଗ୍ରି ୟଙ୍ଗମ୍ୟାନ୍, ବାଗବାନର ସ୍ବାଭିମାନୀ ବାପା ହେଉ କି ପିଙ୍କ ଚଳଚିତ୍ରରେ ସାମାଜିକ ନ୍ୟାୟ ଲାଗି ଲଢୁଥିବା ଓକିଲ ଚରିତ୍ର, ସବୁଠି ଦେଖିବାକୁ ମିଳିଛି ଅଭିନୟର ନିଖୁଣତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.