‘ଆଭୟ ଦେଓ୍ବ କରୋନା -ଫିରୋନା ,ଠେଙ୍ଗୁଆ ଦିଖାଓ୍ବ ତବ’ : ଅମିତାଭ ବଚ୍ଚନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍

Published By : Prameya-News7 Bureau | March 13, 2020 IST

ମୁମ୍ବାଇ ୧୩/୩: ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭାଇରସକୁ ନେଇ ଏବେ ମହାନାୟକ ଅମିତାଭ ବଚ୍ଚନ ଫ୍ୟାନଙ୍କ ସହ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। କରୋନାଠୁ ବିବ୍ରତ ହୋଇ ଅମିତାଭ କରିଥିବା ଏହି ଟ୍ବିଟ୍ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହେଉଥିବା ଏହି ଭିଡିଓରେ ଅମିତାଭ ବଚ୍ଚନ କରୋନାକୁ ଠେଙ୍ଗା ଦେଖାଇବା କଥା କହିଛନ୍ତି। ଦେଶବ୍ୟାପି ଏବେ ସୁଦ୍ଧା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୪ହୋଇଗଲାଣି।

wp:core-embed/twitter {"url":"https://twitter.com/SrBachchan/status/1238162353356562432","type":"rich","providerNameSlug":"twitter","className":""}
https://twitter.com/SrBachchan/status/1238162353356562432
/wp:core-embed/twitter

ଅମିତାଭ ବଚ୍ଚନ କରୋନାକୁ ନେଇ ସେୟାର କରିଥିବା ଭିଡିଓରେ କହିଛନ୍ତି,‘ଏଠାରେ କିଛି ଦିନ ହେଲା କରୋନା ଭାଇରସକୁ ନେଇ ଅତ୍ୟଧିକ କ୍ଷୟକ୍ଷତି ହେଉଛି,ସମସ୍ତେ ଭୟଭୀତ ହୋଇ ଅଛନ୍ତି। ଆଜି ସକାଳୁ ସେ ବି ଭାବିଲେ ଯେ ତାଙ୍କୁ ଏହାକୁ ନେଇ କିଛି କହିବା ଉଚିତ୍।

wp:core-embed/twitter {"url":"https://twitter.com/SrBachchan/status/1238299129647730688","type":"rich","providerNameSlug":"twitter","className":""}
https://twitter.com/SrBachchan/status/1238299129647730688
/wp:core-embed/twitter

ଅମିତାଭଙ୍କ ଏହି ଭିଡିଓକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି। କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୃଡୋଙ୍କ ପତ୍ନୀଙ୍କ ବ୍ୟତୀତ ଇରାନର ପ୍ରମୁଖ ନେତାଙ୍କ ମୁଖ୍ୟ ପରାମର୍ଶଦାତାଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଅଲଗା ରଖାଯାଇଛି।

{"id":237608,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.