Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆରପାରିରେ ‘ବନ୍ଦିସ୍ ବ୍ୟାଣ୍ଡିଟ୍ସ’ ଅଭିନେତା ଅମିତ ମିସ୍ତ୍ରୀ

23/04/2021 at 2:03 PM

ମୁମ୍ବାଇ ୨୩/୦୪ : ବଲିଉଡ ପାଇଁ ଗତ ବର୍ଷେ ହେଲାଣି ସମୟ ବହୁତ ଖରାପ ଚାଲିଛି। ୨୦୨୦ ପରେ ୨୦୨୧ ରେ ମଧ୍ୟ କଳାକାରଙ୍କ ମୃତ୍ୟୁ ସିଲସିଲା ଜାରି ରହିଛି। ଗୁରୁବାର ଦିନ ସଂଗୀତ ନିର୍ଦ୍ଦେଶକ ନଦିମ-ଶ୍ରବଣ ଯୋଡି ଭାଙ୍ଗିଯାଇଛି। ଶ୍ରବଣ ରାଠୋରଙ୍କ କରୋନାରେ ମୃତ୍ୟୁ ହୋଇଛି। ଶୁକ୍ରବାର ପୁଣି ଜଣେ କଳାକାରଙ୍କ ମୃତ୍ୟୁ ଖବର ଆସିଛି। ଗୁଜରାଟୀ ସିନେମା ଓ ବଲିଉଡର ଲୋକପ୍ରିୟ କଳାକାର ଅମିତ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଛି। ଅମିତଙ୍କ ମୃତ୍ୟୁ ଖବର ଶୁଣି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ହୃଦଘାତରେ ଅମିତ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଥିବା କୁହାଯାଉଛି। ଅମିତ ଅନେକ ଗୁଜରାଟୀ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ନାସିରୁଦ୍ଦିନ ଶାହଙ୍କ ଫିଲ୍ମ ବନ୍ଦିସ ବ୍ୟାଣ୍ଡିଟ୍ସରେ ଗୁରୁତ୍ତ୍ୱପୂର୍ଣ ଭୂମିକାରେ ଅଭିନୟ କରିଥିଲେ।

ଅମିତଙ୍କ ଦେହାନ୍ତରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଅନେକ ତାରକା ସୋସିଆଲ ମିଡ଼ିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦି ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ (CINTAA) ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଦେଇଛି। ଅମିତ ୟମଲା ପଗଲା ଦିୱାନା, ଏ ଜେଣ୍ଟଲମ୍ୟାନ, ୯୯, କ୍ୟା କହନା ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

   Related Posts