ଅଭିନେତା ଅକ୍ଷୟ କୁମାରଙ୍କୁ ଭେଟିବାକୁ ୯୦୦କି.ମି. ପାଦରେ ଚାଲିଚାଲି ମୁମ୍ବାଇରେ ପହଞ୍ଚିଲେ ପ୍ରଭାତ, ଏଭଳି ସ୍ବାଗତ କଲେ ଅକ୍ଷୟ

Published By : Prameya-News7 Bureau | September 02, 2019 IST

ମୁମ୍ବାଇ ୨।୯: ବଲିଉଡ୍ ର ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡ୍ ର ସବୁ ବଡ ବଡ ଷ୍ଟାରଙ୍କୁ ତାଙ୍କ ଫ୍ୟାନମାନେ ସୁପରଷ୍ଟାରର ମାନ୍ୟତା ଦେଇଥାନ୍ତି । ସଲମାନ ଏବଂ ଶାହରୁଖଙ୍କ ଫ୍ୟାନମାନଙ୍କର ପାଗଳାମୀ ବିଷୟରେ ତ ସମସ୍ତଙ୍କୁ ଜଣାଥିବ । ତେବେ ଅକ୍ଷୟ କୁମାରଙ୍କ ଜଣେ ଫ୍ୟାନ୍ ଙ୍କ ପାଗଳାମୀ ବିଷୟରେ ଜାଣିଲେ ଆପଣଙ୍କୁ ମଧ୍ୟ ଝଟକା ଲାଗିପାରେ ।

ଅକ୍ଷୟଙ୍କର ଜଣେ ଫ୍ୟାନ୍ ଗୁଜୁରାଟର ଦ୍ବାରକାରୁ ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି । ଏହି ଫ୍ୟାନ୍ ପ୍ରଭାତଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅକ୍ଷୟ କୁମାର ତାଙ୍କର ଏହି ଫ୍ୟାନଙ୍କ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ପ୍ରଭାତ କହୁଛନ୍ତି ସେ କେମିତି ଦ୍ବାରକାରୁ ମୁମ୍ବାଇରେ ପହଞ୍ଚିଲେ ।

wp:core-embed/instagram {"url":"https://www.instagram.com/p/B13DpzInb32/","type":"rich","providerNameSlug":"instagram","className":""}
https://www.instagram.com/p/B13DpzInb32/
/wp:core-embed/instagram

ଅକ୍ଷୟ କୁମାର ତାଙ୍କ ଫ୍ୟାନ୍ଙ୍କର ଭିଡିଓ ସେୟାର କରି ଲେଖିଛନ୍ତି ଯେ, ସେ ପ୍ରଭାତ ସହ ଭେଟିଲେ ଯିଏ ତାଙ୍କୁ ଭେଟିବା ପାଇଁ ୯୦୦କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି । ପ୍ରଭାତ ୧୮ ଦିନ ଦିନ ପରେ ତାଙ୍କୁ ଭେଟିଛନ୍ତି । ଅକ୍ଷୟ କହିଛନ୍ତି ଯଦି ଆମ ଦେଶର ଯୁବବର୍ଗ ନିଜ ନିଜ ଲକ୍ଷ ପୂରଣ କରିବାକୁ ଏଭଳି ପ୍ଲାନିଂ ଏବଂ ଏଭଳି ଦୃଢ ଇଚ୍ଛାଶକ୍ତି ରଖନ୍ତି ତେବେ ନିଶ୍ଚୟ ଉନ୍ନତି ହୋଇପାରିବ ।

ପ୍ରଭାତ ଅକ୍ଷୟ କୁମାରଙ୍କ ବହୁତ ବଡ ଫ୍ୟାନ୍ । ବର୍ଷା ସତ୍ବେ ସେ ଅକ୍ଷୟ କୁମାରଙ୍କରୁ ଭେଟିବାକୁ ମୁମ୍ବାଇ ଆସିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଅକ୍ଷୟ ତାଙ୍କୁ ପଚାରୁଛନ୍ତି ସେ ଏପର୍ଯ୍ୟନ୍ତ କେମିତି ପହଞ୍ଚିଲେ ଏବଂ ସେ କିଛି ଖାଇଛନ୍ତି କି ନାହିଁ । ଭିଡିଓରେ ଅକ୍ଷୟ ପ୍ରଭାତଙ୍କୁ କହିଛନ୍ତି ଯେ, କିଛି ଖାଇବା ପିଇବା କରି ଯିବା ପାଇଁ ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ରିଲିଜ୍ ହୋଇଛି । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.