ମୁମ୍ବାଇ ୦୫/୦୪ : ଡ୍ରଗ୍ସ ମାମଲାରେ ଏନସିବି ବଲିଉଡ ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିଥିଲା। ଏଜାଜ ଖାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବାପରେ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଯାଞ୍ଚରେ ସାମିଲ ଅଧିକାରୀଙ୍କ କରୋନା ଯାଞ୍ଚ ହେବ। ଏଜାଜ ଖାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କର ମଧ୍ୟ କରୋନା ଯାଞ୍ଚ ହେବ।
ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାନଙ୍କର ଦୁଇ ଦିନ ପୂର୍ବରୁ କରୋନା ଯାଞ୍ଚ କରାଯାଇଥିଲା ଓ ରବିବାର ଦିନ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ଏନସିବି ସୂଚନା ଦେଇଛି।
ଏଜାଜ ଖାନଙ୍କ ମୁସକିଲ ଏବେ କମ ହେଲାଭଳି ଜଣାପଡ଼ୁନାହିଁ। ପୂର୍ବରୁ ତାଙ୍କୁ ଏପ୍ରିଲ ୩ ତାରିଖ ଯାଏଁ କଷ୍ଟଡିରେ ରଖାଯାଇଥିଲା। ପରେ ତାଙ୍କର ନ୍ୟାୟିକ ହାଜତ ଅବଧି ୫ ତାରିଖ ଯାଏଁ ବଢ଼ାଇ ଦିଆଯାଇଥିଲା। ଏଜାଜ ଖାନଙ୍କୁ ୩୧ ତାରିଖରେ ମୁମ୍ବାଇ ଏୟାରପୋର୍ଟରୁ ଗିରଫ କରାଯାଇଥିଲା। ଗିରଫ ହେବାପରେ ସେ ଦାବି କରିଥିଲେ ଯେ ତାଙ୍କ ଘରୁ ନିଦ ବଟିକା ମିଳିଥିଲା। ତାଙ୍କ ପତ୍ନୀ ଡିପ୍ରେସନରେ ଥିଲେ ସେଥିପାଇଁ ନିଦ ବଟିକା ବ୍ୟବହାର କରୁଥିଲେ ବୋଲି ସେ କହିଥିଲେ।