ପୁରୁଷଙ୍କ ବିରୁଦ୍ଧରେ ମହିଳା କଲେ ଏଭଳି ଟ୍ବିଟ୍, ଭାଇରାଲ୍ ହେବା ପରେ କୋର୍ଟ ଶୁଣାଇଲେ ୫ ମାସର ଜେଲ ଦଣ୍ଡ

Published By : Prameya-News7 Bureau | October 28, 2021 IST

ନୂଆଦିଲ୍ଲୀ ୨୮।୧୦: ଇସଲାମ ଦେଶରେ ମହିଳାମାନେ ପୁରୁଷଙ୍କ ବିରୁଦ୍ଧରେ କହିବା କୌଣସି ଅପରାଧ ଠାରୁ କମ୍ ନୁହେଁ। ହେଲେ ତୁର୍କୀର ଜଣେ ମହିଳା କେବଳ ପୁରୁଷଙ୍କ ବିଷୟରେ ଟ୍ୱିଟ୍ କରିଥିବାରୁ ତାଙ୍କୁ ପାଞ୍ଚ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କୋର୍ଟ ଏହି କାର୍ଯ୍ୟକର୍ତ୍ତାଙ୍କ ଟ୍ୱିଟକୁ ପୁରୁଷଙ୍କ ପ୍ରତି ଅପମାନ ବୋଲି ବିବେଚନା କରି ତାଙ୍କୁ ଜେଲ ଦଣ୍ଡ ଦେଇଛନ୍ତି। ତେବେ ଏନେଇ କାର୍ଯ୍ୟକର୍ତ୍ତା କହିଛନ୍ତି ଯେଉଁ ତାଙ୍କୁ କୁହାଯାଉଥିବା ଟ୍ୱିଟ୍ ସେ କରି ନାହାଁନ୍ତି।

ଖବର ଅନୁଯାୟୀ, ୩୪ ବର୍ଷିୟ ପିନାର ୟିଲଡିରିମଙ୍କୁ ପାଞ୍ଚ ମାସ ପାଇଁ ଦଣ୍ଡିତ କରାଯାଇଛି। ସେ ପୁରୁଷମାନଙ୍କୁ ଅପମାନିତ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯଦି ସେ ମାମଲା ହାରନ୍ତି ତେବେ ତାଙ୍କୁ ଜେଲ ଯିବାକୁ ପଡ଼ିବ।ପିନାର ୟିଲଡିରିମ ଦାବି କରିଛନ୍ତି ଯେ ତାଙ୍କ ଟ୍ୱିଟରେ ଟ୍ୟାମ୍ପରିଂ କରାଯାଇଛି। ସେ କହିଥିଲେ ଯେ ମୁଁ କେବେବି ଆଇ ଡୋଣ୍ଟ ଲାଇକ୍‌ ମ୍ୟାନ୍‌' ଲେଖି ନାହିଁ। ମୁଁ ଟୁଇଟ୍ କରିଥିଲି ଆଇ ଷ୍ଟିଲ୍‌ ଲାଇକ୍‌ ମ୍ୟାନ୍‌ ଯାହାକୁ ପରିବର୍ତ୍ତିତ କରାଯାଇଛି । ପୁରୁଷଙ୍କ ପ୍ରତି ଅପମାନ ବୋଲି ମୁଁ ଯେଉଁ ଟୁଇଟ୍ କରିଛି, ତାହା ମୋର ନୁହେଁ ଏବଂ ମୁଁ ଏହାକୁ ଶୀଘ୍ର ପ୍ରମାଣ କରିବି। ଏଥି ସହିତ କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ମହିଳାଙ୍କ ମଧ୍ୟରେ କ୍ରୋଧ ରହିଛି। ସେ କହିଛନ୍ତି ଯେ ଟ୍ୱିଟ ପାଇଁ ତାଙ୍କୁ ଜେଲକୁ ପଠାଇବା ଅନ୍ୟାୟ ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.