ଇଣ୍ଡୋନେସିଆରେ ଆଗ୍ନେୟଗିରିରୁ ଅଗ୍ନି ଉଦଗିରଣ ଯୋଗୁଁ ଭୟାବହ ସ୍ଥିତି

Published By : Prameya-News7 Bureau | May 11, 2018 IST

ଇଣ୍ଡୋନେସିଆରେ ଆଗ୍ନେୟଗିରିରୁ ଅଗ୍ନି ଉଦଗିରଣ ଯୋଗୁଁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି । ଅନେକ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ବିମାନ ବନ୍ଦର ବନ୍ଦ କରିଦେଇଛନ୍ତି ଇଣ୍ଡୋନେସିଆ ସରକାର । ଜୀବନ୍ତ ଆଗ୍ନେୟଗିରି କୁହାଯାଉଥିବା ମାଉଣ୍ଟ ମେରାପିରୁ ଅଗ୍ନିଉଦଗିରଣରୁ ଏପରି ସ୍ଥିତି ହୋଇଛି । ମାଉଣ୍ଟ ମେରାପିରୁ ପ୍ରାୟ ସାଢେ ୫ ହଜାର ମିଟର ଉଚ୍ଚତାର ଲାଭା, ନିଆଁ, ଧୂଆଁ ଉଦଗିରଣ ଏକ ଭୟନକ ପରିବେଶ ସୃଷ୍ଟି କରିଛି । ଆକାଶରେ ଧୂଆଁ ଓ ପାଉଁଶ ଆଚ୍ଛାଦିତ ହୋଇଯାଇଛି । ପରିସ୍ଥିତିର ମୁକାବିଲା ସହ ଲୋକଙ୍କ ସୁରକ୍ଷା ନେଇ ଏକାଧିକ ପଦକ୍ଷେପ ନେଇଛି ପ୍ରଶାସନ । ଆଗ୍ନେୟଗିରିର ୫ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନିକଟବର୍ତ୍ତୀ ୟୋଗାକାରଟା ରେ ଅବସ୍ଥିତ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଛି । ୨୦୧୦ରେ ମାଉଣ୍ଟ ମେରାପିରୁ ଅଗ୍ନି ଉଦଗିରଣ ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ୩୫୦ ଜଣ ଲୋକ ପ୍ରାଣ ହରାଇଥିଲେ । ଏହାକୁ ଲକ୍ଷ୍ୟ ରଖି ବ୍ୟାପକ ସତର୍କତା ଅବଲମ୍ବନ କରିଛନ୍ତି ଇଣ୍ଡୋନେସିଆ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.