ଖସୁଛି କରୋନା ଗ୍ରାଫ୍ : ଦେଶରେ ଆକ୍ଟିଭ୍ କେସ୍ ୨.୭ ଲକ୍ଷ, ଖୁବଶୀଘ୍ର ଉପଲବ୍ଧ ହେବ ଭ୍ୟାକସିନ୍

Published By : Prameya-News7 Bureau | December 29, 2020 IST

ନୂଆଦିଲ୍ଲୀ ୨୯/୧୨ : ଦେଶରେ କରୋନା ଭ୍ୟାକସିନ୍‌କୁ ନେଇ ଦିନକୁ ଦିନ ଭଲ ଖବର ଆସିବାରେ ଲାଗିଛି । ଟୀକାକରଣ ପୂର୍ବରୁ ଭ୍ୟାକସିନ୍‌ର ଟ୍ରାଏଲ ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ ସକାରାତ୍ମକ ଖବର ଆସିଛି । ଭାଇରସ ବିରୁଦ୍ଧରେ ଳମ୍ବା ଲଢେଇ ପରେ ଦେଶ କରୋନା ଉପରେ କାବୁ ପାଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୬ ମାସ ପରେ ଦେଶରେ କରୋନାର ଆକ୍ଟିଭ୍ କେସ ସଂକ୍ୟା ୨.୭ ଲକ୍ଷ ରହିଛି । ଅର୍ଥାତ ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହୁଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର କହିଛି ଯେ, ଦେଶରେ ଗତ ୧୮୭ ଦିନରେ କରୋନା ଭାଇରସ ସଂକ୍ରମଣର ସବୁଠାରୁ କମ ମାମଲା ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟ ବିଭାଗ କହିଛି ଦେଶରେ ଜୁନ ୨୫ ତାରିଖରେ ୧୬ ହଜାର ୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୬ ହଜାର ୪୩୨ ନୂଆ ମାମଲା ସାମ୍ନାକୁ ଆସିଛି ।

ଏହା ବାଦ ସ୍ବାସ୍ଥ୍ୟ ବିଭାଗ କହିଛି ମୋଟ ଆକ୍ଟିଭ୍ କେସ୍ ମଧ୍ୟରୁ କେବଳ ୫ ଟି ରାଜ୍ୟରେ ୬୦ ପ୍ରତିଶତ ରହିଛି । ସେହି ରାଜ୍ୟଗୁଡିକ ହେଉଛି କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ଛତୀଶଗଡ । ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ବିଜୟରାଘଓ୍ବନ କହିଛନ୍ତି ଯେ, ଭ୍ୟାକସିନକୁ ନେଇ ଚିନ୍ତିତ ହେବା ଆବଶ୍ୟକ ନୁହେଁ । କାରଣ ଯେଉଁ ଭ୍ୟାକସିନ୍ ଟ୍ରାଏଲ ଚାଲିଛି ତାହା କରୋନାର ନୂଆ ରୂପକୁ ପ୍ରତିହତ କରିବାରେ ପୁରାପୁରି ଭାବେ ସକ୍ଷମ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.