ନବରଙ୍ଗପୁର: ବ୍ରିଜ୍ ଭୁଶୁଡିବା ଘଟଣାରେ ଠିକାଦାର ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ହେବ ମାମଲା

Published By : Prameya-News7 Bureau | January 10, 2021 IST

ନବରଙ୍ଗପୁର୧୦/୧: ବ୍ରିଜ୍ ଭୁଶୁଡିବା ଘଟଣାରେ ଏବେ ଆକ୍ସନ ମୋଡ୍‌ରେ ପ୍ରଶାସନ। ଠିକାଦାର ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ମାମଲା ହେବ। ଫୌଜଦାରୀ ମାମଲା ପାଇଁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ଇଞ୍ଜିନିୟର ଇନ୍ ଚିଫ୍। ଉମରକୋଟ ଥାନା ବଡ କୁମାରୀ ପଞ୍ଚାୟତ ଅନ୍ତର୍ଗତ ତାଲାପଦର ଗାଁରେ ଏଭଳି ଅଘଟଣ ଘଟିଛି। ପୋଲ ନିର୍ମାଣ ଚାଲୁଥିବା ସମୟରେ ପୋଲ ଭୁଶୁଡିବାରୁ ୪ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି।

 ମୃତ ଶ୍ରମିକ ଜଣକ ରାଇଘର ଅଞ୍ଚଳର ମହେନ୍ଦ୍ର ମାଳି ବୋଲି ଜଣାପଡ଼ିଛି। ଭାଙ୍ଗି ପଡିଥିବା ପୋଲ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଚାପି ହୋଇ ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉମରକୋଟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଗୁରୁତରମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବେହେଡାପାରା ଗ୍ରାମର ପ୍ରକାଶ ଭୋଇ, ରମେଶ ଭୋଇ,ଓ ପୁରୀ ଜିଲ୍ଲା ପାତ୍ରପାରା ଗ୍ରାମର ସନ୍ତୋଷ ଭୋଇ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.