ନିୟମ ହେଲା କଡାକଡି : କରୋନା ପଜିଟିଭ୍ ବ୍ୟକ୍ତି ଛେପ ପକାଇଲେ ରୁଜୁ ହେବ ହତ୍ୟା ଉଦ୍ୟମ ମାମଲା

Published By : Prameya-News7 Bureau | April 07, 2020 IST

ସିମଲା ୭।୪: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନର ସମସ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ହିମାଚଳର ଡିଜିପି ସୀତାରାମ ମରଡି କରୋନା ପଜିଟିଭ ରୋଗୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଡିଜିପି କହିଛନ୍ତି ଯେ ଯଦି ଜଣେ କରୋନା ରୋଗୀ କୌଣସି ପୋଲିସ, ଡାକ୍ତର କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଉପରେ ଛେପ ପକାନ୍ତି, ତେବେ ହତ୍ୟା ଉଦ୍ୟମ ଧାରା ଅଧୀନରେ ସେହି ରୋଗୀଙ୍କ ବିରୋଧରେ ମାମଲା ରୁଜୁ ହେବ । ଯଦି ସେହି କାରଣରୁ ଅନ୍ୟ କେହି ମରିଯାଆନ୍ତି, ତେବେ ହତ୍ୟା ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କରୋନା ଭାଇରସ୍ ରୋଗୀ ଛେପ ପକାଇବାର ଅନେକ ଘଟଣା ଅନ୍ୟ ରାଜ୍ୟରୁ ମଧ୍ୟ ଆସିଛି । ତେଣୁ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି । ଡିଜିପି ଏକ ଭିଡିଓ ବାର୍ତ୍ତା ଦେଇ ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି ସେମାନେ ନିଜକୁ ରୋଗୀ ଭାବିବେ ନାହିଁ, ତା’ହେଲେ ସେମାନଙ୍କ ସହ କୌଣସି ମାନବିକତା ଗ୍ରହଣ କରାଯିବ ନାହିଁ ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିକଟରେ ହିମାଚଳ ପ୍ରଦେଶରେ ମଧ୍ୟ ଅନେକ ଛେପ ପକାଇବା ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଡିଜିପିଙ୍କ ଚେତାବନୀ ପରେ ଏପର୍ଯ୍ୟନ୍ତ ୧୨ ଜଣ ଜମାତ ସଦସ୍ୟ ଆଗକୁ ଆସି ପ୍ରଶାସନ ଏବଂ ପୋଲିସକୁ ସୂଚନା ଦେଇଛନ୍ତି । ଏହା ସହିତ ସିମଲା ଏବଂ ଚାମ୍ବାରେ ସହଯୋଗ କରିନଥିବା ୧୨ ଜଣଙ୍କ ବିରୋଧରେ ଏଫଆଇଆର ବ୍ୟତୀତ ୫୨ ଜଣଙ୍କ ସହ ଯୋଗାଯୋଗ କରାଯାଇଛି ।

ଡିଜିପି ରବିବାର ଦିନ ଚେତାବନୀ ଦେଇଥିଲେ ଯେ, ଯଦି ଜାମାତ ସହ ଜଡିତ ଲୋକମାନେ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସ୍ଥିତି ଏବଂ ବିଦେଶ ଗସ୍ତ ସଂପର୍କରେ ନଜଣାନ୍ତି, ତେବେ ପୋଲିସ ସେମାନଙ୍କ ବିରୋଧରେ ୩୦୭ ଏବଂ ୩୦୨ ଭଳି ଧାରା ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.