ପାର୍କିଂ ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପଗୁଡିକ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 21, 2019 IST

ଭୁବନେଶ୍ବର ୨୧।୧୧: ରାଜଧାନୀରେ ପାର୍କିଂ ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପ ଗୁଡିକ ଉପରେ ହେବ ଚଢାଉ । ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାତନନ୍,  ବିଏମସି କମିଶନର ତଥା ବିଡିଓ ଉପାଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।

{"id":187487,"sizeSlug":"large"}

ବିବାହ ବ୍ରତ ସମୟରେ ବିଭିନ୍ନ କଲ୍ୟାଣ ମଣ୍ଡପ ସମ୍ମୁଖରେ ଗାଡି ପାର୍କିଂ ଯୋଗୁଁ ବହୁ ସମୟରେ ରାସ୍ତା ଜାମ୍ ଓ ଟ୍ରାଫିକ୍ ସମସ୍ୟାମାନ ଦେଖାଦେଉଛି । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଜାମ୍ ରେ ଫସି ରହୁଛନ୍ତି ଲୋକ । ଅନେକ ସମୟରେ ଦୁର୍ଘଟଣାମାନ ମଧ୍ୟ ଘଟୁଛି ।

{"id":187488,"sizeSlug":"large"}

ତେଣୁ ଯେଉଁ ସବୁ କଲ୍ୟାଣ ମଣ୍ଡପ ଗୁଡିକର ନିଜସ୍ବ ପାର୍କିଂ ବ୍ୟବସ୍ଥା ନାହିଁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀରେ ଏଭଳି ୮୯ ଟି କଲ୍ୟାଣ ମଣ୍ଡପର ନିଜସ୍ବ ପାର୍କିଂ ବ୍ୟବସ୍ଥା ନଥିବା ଜଣାପଡିଛି । ସେହି କଲ୍ୟାଣ ମଣ୍ଡପ ଗୁଡିକ ଉପରେ ଚଢାଉ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.