Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଏଣିକି ‘ଏପ୍ରିଲ୍ ଫୁଲ୍’ ମହଙ୍ଗା ପଡିବ, ସରକାର କହିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

31/03/2020 at 6:25 PM

ମୁମ୍ବାଇ ୩୧।୩: ଯଦି କେହି ଅପ୍ରେଲ ଫୁଲ୍ ନାଁରେ ଗୁଜବ, ମିଛ ମେସେଜ କିମ୍ବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବ, ତେବେ ସାଇବର ଅପରାଧ ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମଙ୍ଗଳବାର ମହାରାଷ୍ଟ୍ର ସରକାର ଏହି ଚେତାବନୀ ଦେଇଛନ୍ତି ।

ମହାରାଷ୍ଟ୍ର ସରକାରଙ୍କ ଅନୁଯାୟୀ ପୋଲିସ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସ ଉପରେ ନଜର ରଖିବ । ସୋମବାର ଦିନ ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ଯିଏ ହ୍ବାଟସ୍ ଆପ୍ ରେ ଏକ ମିଛ ମେସେଜ ଦେଇଥିଲେ କି ମୁମ୍ବାଇରେ ସେନା ମୁତୟନ କରାଯାଇଛି ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, “ପ୍ରତିବର୍ଷ ଅପ୍ରେଲ ୧ରେ ଲୋକମାନେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ମଜା କରନ୍ତି । ଚଳିତ ବର୍ଷ ଏହା କରିବାଠାରୁ ଦୂରେଇ ରୁହନ୍ତୁ । ମହାରାଷ୍ଟ୍ର ସମେତ ସମଗ୍ର ଦେଶ କରୋନା ସଙ୍କଟର ମୁକାବିଲା କରୁଛି । ଅପ୍ରେଲ ଫୁଲ୍ ନାଁରେ ମିଛ ମେସେଜ, ଗୁଜବ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ । ତେଣୁ ଏହା କରିବା ଉଚିତ୍ ନୁହେଁ | ଯଦି କେହି ଏଭଳି କରନ୍ତି ତେବେ ସାଇବର ଅପରାଧ ଅଧିନିୟମ ଅନୁଯାୟୀ ପୋଲିସ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଭଳି ପରିସ୍ଥିତିରେ ମୁଁ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରୁଛି ।”

ସୋମବାର ମୁମ୍ବାଇ ପୋଲିସ ସୋହେଲ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତାଙ୍କ ବିରୋଧରେ ମୁମ୍ବାଇ ଏକତା ହ୍ବାଟସ୍ ଆପ୍ ଗ୍ରୁପକୁ ଏକ ଗୁଜବ ମେସେଜ ପଠାଇଥିବା ଅଭିଯୋଗ ହୋଇଛି । ଏହି ମିଛ ମେସେଜରେ ଲେଖାଥିଲା ଯେ, ‘ମୁମ୍ବାଇର ନଲ ବଜାର, ଭିଣ୍ଡି ବଜାର, ଡୋଙ୍ଗରୀ, ମଦନପୁରା, କାଲାପାନି, ସାତ ରାସ୍ତା ଅଞ୍ଚଳରେ ପରିସ୍ଥିତି ଅନିୟନ୍ତ୍ରିତ, ତେଣୁ ସେନା ଯବାନଙ୍କୁ ଡକାଯାଇଛି ଏବଂ ଭିଡକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ ଏବଂ ଗୁଳିମାଡର ସାହାରା ନିଆଯିବ ।’

   Related Posts