Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

ବିନା ପାସ୍‌ରେ ବାହାରକୁ ବାହାରିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ

23/03/2020 at 4:25 PM

ଭୁବନେଶ୍ବର୨୩/୩: କରୋନା ମୁକାବିଲା ପାଇଁ ଓଡ଼ିଶାରେ ଲକ୍ -ଡାଉନ । ଦ୍ବିତୀୟ ଦିନରେ ରାଜ୍ୟର ୫ଟି ଜିଲ୍ଲା ସମେତ ୧୧ଟି ସହରରେ ଲକ ଡାଉନ ରହିଛି । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକ ଡାଉନ କରାଯିବା ସହ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଯାଜପୁର ଟାଉନ ଭଳି ସହରରରେ ଲୋକେ ଘରେ ରହିବା ପାଇଁ କୁହାଯାଇଛି ।

ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ ଦିଆଯାଇଛି । ଅନ୍ୟପଟେ ରାଜ୍ୟରୁ ଯାଉଥିବା ଓ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ପରବର୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସେହିପରି ଘରୋଇ ବିମାନ ସଂସ୍ଥାଗୁଡ଼ିକ ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କିଛି ବିମାନ ଚଳାଚଳକୁ ବାତିଲ୍ କରାଯାଇଛି।  ଆସନ୍ତା ୨୯ ତାରିଖ ଯାଏଁ ଟୁଇନ୍ ସିଟି ଲକ୍  ଡାଉନ୍ କରାଯାଇଛି । ଲକଡାଉନ ପ୍ରଭାବରେ କଟକ, ଭୁବନେଶ୍ବରରେ ଖାଁ ଖାଁ ସ୍ଥିତି ଲାଗି ରହିଛି।

ଦୋକାନବଜାର, ଗାଡିଚଳାଚଳ ଠପ୍ ହୋଇଯାଇଛି ।  ଅତି ଜରୁରୀ କାମ ନଥିଲେ, କେହି ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଜି ସକାଳୁ ସହର ସାରା କମିଶନରେଟ ପୋଲିସ ପକ୍ଷରୁ ଚେକିଂ ବ୍ଲକିଂ ଚାଲିଛି । ସହରର ପ୍ରବେଶପଥରେ ଏବଂ ପ୍ରତି ଛକରେ ପୋଲିସ ପାଟ୍ରୋଲିଂ କରୁଛନ୍ତି । ତେବେ ଗାଡିରେ ବାହାରକୁ ଗଲେ ପାସ ଆବଶ୍ୟକ। ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଏହି ପାସ ମିଳିବ । ନିକଟସ୍ଥ ଥାନାରେ ଏହି ପାସ ମିଳିବ। ୨୫ତାରିଖରୁ ପାସ ନଥାଇ ବାହାରକୁ ଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ  କହିଛନ୍ତି । 

   Related Posts