ବିଭାଗୀୟ କର୍ମଚାରୀଙ୍କୁ ତାଗିଦ, ବିନା କାରଣରେ ଅନୁପସ୍ଥିତ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ- ଅରୁଣ ସାହୁ
17/04/2020 at 3:22 PM

ଭୁବନେଶ୍ବର୧୭/୪: ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସମସ୍ତ ଅଧିକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯୁକ୍ତିଯୁକ୍ତ କାରଣ ନଥାଇ ଅନୁପସ୍ଥିତ ରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସମସ୍ତଙ୍କ ତାଗିଦ କରଛନ୍ତି।
ଏହାସହ ସମସ୍ତ ପଶୁ ଚିକିତ୍ସାଳୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ବୈଠକରେ କୁହାଯାଇଛି। ବର୍ତ୍ତମାନ ମଧୁର ଜଳ ମାଛଚାଷ ପାଇଁ ଉପଯୁକ୍ତ ସମୟ, ସେଥିପାଇଁ ଚାଷୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ। ଏ ସମ୍ପର୍କୀତ ସମସ୍ତ ଆନୁସାଙ୍ଗିକ ଦୋକାନ ମଧ୍ୟ ଖୋଲା ରହିବ। ଲକଡାଉନ ସମୟରେ ୨୦୦ ମେଟ୍ରିକ୍ ଚିକେନ ଆବଶ୍ୟକ ରହୁଛି। ବର୍ତ୍ତମାନ ୨୨୦ ମେଟ୍ରିକ ଟନ୍ ଉପଲବ୍ଧ ରହିଛି। ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।