Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ
  • ||
  • କାଳିଠୁ କୋଣାର୍କ ମନ୍ଦିର ବନ୍ଦ
  • ||
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||

ବେଆଇନ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲା ଗୃହ ବିଭାଗ, ଶୀଘ୍ର ନିଆଯିବ ପଦକ୍ଷେପ

23/06/2019 at 6:39 PM

ଭୁବନେଶ୍ବର୨୩|୬: ବେଆଇନ କୋଚିଙ୍ଗ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ  ଗୃହ ବିଭାଗର ଚିଠି।  ରାଜଧାନୀରେ ଛତୁ ଫୁଟିଲା ଭଳି ଖୋଲୁଛି କୋଚିଙ୍ଗ ସେଣ୍ଟର। ଅଧିକ ଫିସ ଚାର୍ଯ କରିବା ସହ ବିଭିନ୍ନ୍ ପ୍ରଲୋଭନ ଦେଖାଇ ଆଡମିସନ କରାଉଛନ୍ତି ଏହି କୋଚିଂ ସେଣ୍ଟରଗୁଡିକ। ଓଡିଶା ଅଭିଭାବକ ମହାସଂଘ ଅଭିଯୋଗ ଆଣିବା ପରେ  ବେଆଇନ କୋଚିଙ୍ଗ ସେଣ୍ଟର ଉପ​‌​‌ରେ କାର୍ଯ୍ୟନୁଷ୍ଠାନ ନେବାକୁ ପୋଲିସ ଡିଜି, ଆଇଜି, ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପୋଲିସ କମିଶନରଙ୍କୁ ଚିଠି ଲେଖିଛି ଗୃହ ବିଭାଗ ।

ରାଜଧାନୀର ଗଳି କନ୍ଦିରେ ବେଆଇନ ଭାବେ ଖୋଲିଛି  ମାଳମାଳ କୋଚିଙ୍ଗ ସେଣ୍ଟର । ଛାତ୍ର ଛାତ୍ରୀ ମାନଙ୍କୁ  ପ୍ରଭୋଭନ ଦେଖାଇ ଆଡମିଶନ କରିବାକୁ ଅଭିଯାନ ଚଳାଉଛନ୍ତି କୋଚିଂ ସେଣ୍ଟରମାନେ । ଆଡମିଶନ ଫିସଠାରୁ  ଆରମ୍ଭ କରି ବିଭିନ୍ନ ଜାତୀୟ ସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ସମ୍ପର୍କିତ ବିଜ୍ଞାପନ ଫଟୋ ନେଇ ପ୍ରଲୋଭିତ କରୁଛନ୍ତି ।

ଓଡିଶା ଅଭିଭାବକ ମହସଂଘ ଅଭିଯୋଗକୁ ଭିତ୍ତି କରି ଗୃହ ବିଭାଗର ଅତିରିକ୍ତି ସଚିବ ଡ ସନ୍ତୋଷ ବାଲା ପୋଲିସ ଡିଜି, ଆଇଜି, ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପୋଲିସ କମିଶନରଙ୍କୁ କାର୍ଯ୍ୟାନୁଷ୍ଠା ନବାକୁ ଚିଠି ଲେଖିଛନ୍ତି।ସେପେଟ ଗୃହ ବିଭାଗ  ପକ୍ଷରୁ ଏ ନେଇ  ଚିଠି କରାଯିବା ପରେ ଏହି  ବିଷୟକୁ ଗୁରୁତର ସହ ନେଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ବେଆଇନ କୋଚିଙ୍ଗ  ସେଣ୍ଟରଗୁଡିକ ବିରୋଧରେ ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

ବେଆଇନ କୋଚିଙ୍ଗ  ସେଣ୍ଠରଗୁଡିକୁ ଚିହ୍ନଟ କରିବାକୁ ନିର୍ଦେଶ ଦିଅଯାଇଛି। ରାଜଧାନୀର   ଆକାଶ ଇନଷ୍ଟିଚ୍ୟୁଟ, ଫିଟଜି, ବ୍ରହ୍ମାଶ୍ମୀ, ବାଣିକ, ଆଇ ବୁକ୍ସ ଇନଷ୍ଟୁଚ୍ୟୁଟ, ଜିନୋମି କ୍ଳାସେସ, ରିଜୋନାନ୍ସ, ଓମକାର କ୍ଳାସେସ, ଦିଶା, ଏବଲବ୍ୟ କ୍ଳାସେସ, ବିନାୟକ ଇନଷ୍ଠିଚ୍ୟୁଟ, ଟ୍ୟାଲେଣ୍ଟ ପଏଣ୍ଟ, ବିଦ୍ୟାସାଗର  କ୍ଲାସେସ, ବଂଶାଲ କ୍ଲାସେସ, ଟରକ୍ୟୁ, ଯୁବୋଦୟ, ମାୟାଧର କ୍ଲାସେସ, ଆଇ ନଟି ଭଳି  କୋଚିଙ୍ଗ ସେଣ୍ଟର ଗୁଡିକ ନାମ ଚିଠିରେ ଉଲ୍ଲେଖ କରାଯାଇଛି । 

କେବଳ ଏତିକି ନୁହେଁ କୋଚିଙ୍ଗ ସେଣ୍ଠରଗୁଡିକ ନିଜ ​‌ସେଣ୍ଟରରେ ପାଠ ପଢୁନଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କ ଫଟୋ ମଧ୍ୟ ବିଜ୍ଞାପନ ଦେଇ ପ୍ରଚାର କରୁଥିବା ଅଭିଯୋଗ କରିଛି ଓଡିଶା ଅଭିଭାବକ ମହାସଂଘ।ମେଡିକାଲ  ଆଇଆଇଟି କୋଚିଙ୍ଗ ପାଇଁ ଫିସ ଲଗାମଛଡା ହେଉଥିବା ସଂଘ ଅଭିଯୋଗ କରିଛି । ସେପଟେ ନିୟମ ଅନୁଯାୟୀ କାମ କରୁଥିବା କହିଛନ୍ତି କୋଚିଙ୍ଗ ସେଣ୍ଟ ର କତ୍ତୃପକ୍ଷ ।

   Related Posts