ଦାୟିତ୍ଵରେ ଅବହେଳା ୨୩ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ୪ ସିଆରସିସିଙ୍କୁ କାରଣ ଦର୍ଶାଅ ନୋଟିସ

Published By : Prameya-News7 Bureau | October 27, 2021 IST

ଭଦ୍ରକ, ୨୭/୧୦: କରୋନା କଟକଣା ପାଇଁ ଆଜକୁ ୧୮ ମାସ ହେବ ବିଦ୍ୟାଳୟ ବନ୍ଦ ଥିଲା । ତେବେ ଗତ ୨୫ ତାରିଖରେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଖୋଲିଥିଲା ବିଦ୍ୟାଳୟ। ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ କିପରି କରୋନା କଟକଣା ମାନି ଅଧ୍ୟୟନ କରୁଛନ୍ତି ସେନେଇ ଧାମନଗର ବ୍ଲକ ଶିକ୍ଷା ଅଧିକାରୀ ପିତାମ୍ବର ବାରିକ୍ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ବ୍ଲକର ଵିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତ ଏପରିକି ସିଆରସିସି ମଧ୍ୟ ଅନୁପସ୍ଥିତ ଦେଖିଥିଲେ । ସେ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୨୩ ଜଣ ଶିକ୍ଷକଙ୍କ ଵିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଵ୍ଲକର ବିଭିନ୍ନ ବିଦ୍ୟାଳୟର ୭ ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ ଓ ସେହିପରି ୧୬ଜଣ ଶିକ୍ଷଙ୍କ ଗୋଟିଏ ମାସର ଦରମା ବନ୍ଦ ସାଙ୍ଗକୁ ୪ ଜଣ ସିଆରିସିସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତେବେ ସରକାରୀ ନିୟମ ଅନୁଯାୟୀ ଦିନ ୯ ଟାରେ ବିଦ୍ୟାଳୟ ଖୋଲା ହେବା ସହ ଦିନ ୧୨.୩୦ ପର୍ଯ୍ୟନ୍ତ ପାଠପଢାଯିବା ନେଇ ଶିକ୍ଷା ବିଭାଗ ନିଷ୍ପତ୍ତି ରହିଛି । ହେଲେ ଏହି ଶିକ୍ଷକ ଓ ସିଆରସିସିମାନେ ଦିନ ୧୧ଟା ପର୍ଯ୍ୟନ୍ତ ଅନୁପସ୍ଥିତ ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଏପରି କାର୍ଯାନୁଷ୍ଠାନ ନେଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.