କରୋନାକୁ ଖାତିର ନାହିଁ, କର୍ଫ୍ୟୁକୁ ଡରିଲେନି : ରାସ୍ତା ଉପରେ ଦଣ୍ଡ ଦେଲା ପୋଲିସ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫।୦୩: ସାରାଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାର ଲାଗିଛି । ଦେଶରେ କରୋନା ସଂକ୍ରମଣକୁ ରକ୍ଷା କରିବା ପାଇଁ ସାରାରାଜ୍ୟ ବିଭିନ୍ କଟକଣା ଜାରି କରିଛନ୍ତି । ଏହାମଧ୍ୟରେ କିଛି ରାଜ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିସାରିଛନ୍ତି । କରୋନା ସଂକ୍ରମଣ ବଢୁଥିବାରୁ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ୨୧ଦିନ ପାଇଁ ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

{"id":243744,"sizeSlug":"large"}

ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର୍‌ କରିଛି । ତେଣୁ ସରକାର ବାଧ୍ୟହୋଇ ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି । କିନ୍ତୁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଏହି କର୍ଫ୍ୟୁକୁ ମଧ୍ୟ କିଛି ଲୋକ ମାନୁ ନଥିବା ଦେଖିବାକୁ ମିଳିଛି । ଲୋକମାନେ ବାହାରେ ବୁଲାବୁଲି କରିବାକୁ ବି ପଛାଉ ନାହାନ୍ତି । ଲୋକଙ୍କ ଏଭଳି ଆଚରଣକୁ ନେଇ ପୋଲିସର ଚିନ୍ତା ବଢ଼ିଯାଇଛି। ନାଗପୁରରେ ଏଭଳି ସ୍ଥିତି ଉପୁଜିବାରୁ ପୁଲିସ ଏଠାରେ କିଛି ଲୋକଙ୍କୁ ବସଉଠ କରାଇଛି ।

{"id":243745,"sizeSlug":"large"}

ରାସ୍ତା ମଝିରେ ଏମାନଙ୍କୁ ଦେଖିବା ପରେ ପୁଲିସ ଅଧିକାରୀମାନେ ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ଯୁକ୍ତି କରିବା ପରେ ପୁଲିସ ସେମାନଙ୍କୁ ବସଉଠ କରାଇଥିବା ଦେଖିବାକୁ ମିଳିଛି । ସେହିପରି ଉତ୍ତରପ୍ରଦେଶ ସରକାର ମଧ୍ୟ କରୋନା ସଂକ୍ରମଣ ବଢୁଥିବା ଦେଖି ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ସାଧାରଣ ଲୋକମାନେ କୌଣସି କାମ ନଥାଇ ବାହାରେ ଆସିଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ବାହାରକୁ କୌଣସି କାମରେ ବାହାରୁଥିବା ଲୋକମାନଙ୍କୁ ପୋଲିସ ବସଉଠ କରୁଥିବାର ଦେଖିବାକୁ ମିଳିଛି ।  ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.