Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବଢିନି ଭୟ : ରାଜ୍ୟରେ କରୋନା ପଜିଟିଭି ସଂଖ୍ୟା ସ୍ଥିର, କିନ୍ତୁ ଚିନ୍ତା ବଢାଉଛନ୍ତି ଲକ୍‌ଡାଉନ୍‌ ଉଲ୍ଲଂଘନକାରୀ

31/03/2020 at 7:45 AM

ଭୁବନେଶ୍ୱର ୩୧।୦୩: ସାରାଦେଶରେ କରୋନା ହୁ ହୁ ହୋଇ ବଢିଚାଲିଥିବା ବେଳେ ରାଜ୍ୟବାସୀଙ୍କ ଆଶ୍ୱସ୍ଥିର ଖବର ଆସିଛି । ସାରାବିଶ୍ୱରେ ବର୍ତ୍ତମାନ ସୁଦ୍ଧା କରୋନାରେ ୩୭ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସାତ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଭାରତରେ କରୋନାରେ ୩୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଲକ୍‌ ଡାଉନ୍‌ ଓ କୋଭିଡ୍‌-୧୯ ନିୟମକୁ ୯୦ ପ୍ରତିଶତ ଲୋକେ ମାନୁଛନ୍ତି । ହେଲେ ୧୦ ପ୍ରତିଶତ ଏହାକୁ ଆଦୌ ଗୁରୁତର ସହ ନେଉନାହାନ୍ତି । ନିୟମକୁ ବେଖାତିର କରି ବାହାରେ ବୁଲୁଛନ୍ତି । ଏହି ୧୦% ଅମାନିଆ ବିପଦର କାରଣ ହୋଇପାରନ୍ତି । କେବଳ ନିଜ ପାଇଁ ନୁହେଁ, ସମସ୍ତ ନିୟମକୁ ମାନୁଥିବା ରାଜ୍ୟର ୯୦ ପ୍ରତିଶତ ଲୋକଙ୍କ ପାଇଁ ମଧ୍ୟ ଏହି ୧୦% ଅମାନିଆ ବିପଦ ଆଣିପାରନ୍ତି । ତେଣୁ ଯେଉଁମାନେ ନିୟମକୁ ଉଲ୍ଲଘଂନ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି । ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ।  

ସାରାବିଶ୍ୱରେ କରୋନା ଚିନ୍ତା ବଢାଇଥିବା ବେଳେ ଓଡିଶା ପାଇଁ ଆଶ୍ବସ୍ତିର ଖବର ଆସିଛି ।  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର । ଏବେ ପର୍ଯ୍ୟନ୍ତ ରାଜ୍ୟରେ ୩୭୦ଟି ନମୁନାର ପରୀକ୍ଷଣ ସରିଛି । ନୂଆ ପଜିଟିଭ୍ ରିପୋର୍ଟ ନାହିଁ । ୭୬ ଜଣ ଆଇସୋଲେସନରେ ଅଛନ୍ତି ବୋଲି ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ମୁଖପାତ୍ର ସୁବ୍ରତ ବାଗଚି ସୂଚନା ଦେଇଛନ୍ତି । ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ । ୧୦୪  ନମ୍ବର ଜରିଆରେ ପଞ୍ଜିକରଣ କରିଛନ୍ତି ୧୦ ହଜାର ୨୧୭ ଜଣ ।  ୪ ହଜାର ୨୯୧ ଜଣ ବିଦେଶରୁ ଆସି ପଞ୍ଜିକରଣ କରିଛନ୍ତି ।

ସେହିପରି ପୋଲିସ ଡିଜି ଅଭୟଙ୍କ ସୂଚନା ଅନୁସାରେ ୧୫୦୦ ଜଣ ଲକ୍ ଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ନାଁରେ କେସ୍ ରୁଜୁ ହୋଇଛନ୍ତି । ୧୪୦୦ ଜଣ ଗିରଫ ହୋଇଛନ୍ତି । ୬୧ଟି କ୍ବାରାଣ୍ଟାଇନ୍ ଉଲ୍ଲଘଂନ କେସ୍ ରୁଜୁ ହୋଇଛି । ଲକ୍ ଡାଉନ୍ କଡ଼ାକଡ଼ି ପାଇଁ ୭ ଶହରୁ ଅଧିକ ଇନ୍ସପେକ୍ଟର ନିଯୁକ୍ତ ହୋଇଛନ୍ତି । ୧୬୨ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ୧ ହଜାର ଗାଡ଼ି ପାଟ୍ରୋଲିଂରେ ନିୟୋଜିତ ଅଛି ।

   Related Posts