Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଜେଲ ଭିତରେ କଏଦୀଙ୍କୁ ଗଂଜେଇ ବିକୁଥିଲେ ଜେଲ ୱାର୍ଡର, ନିଆଗଲା କାର୍ଯ୍ୟାନୁଷ୍ଠାନ

13/06/2021 at 11:37 PM

ସମ୍ବଲପୁର, ୧୩/୦୬: ସମ୍ବଲପୁର ଜେଲକୁ ନେଇ ଚର୍ଚ୍ଚା ଥମୁନି | ପୂର୍ବରୁ ସମ୍ବଲପୁର ମଣ୍ଡଳ ଜେଲରେ ଗ୍ଯାଙ୍ଗଷ୍ଟାର ହାଇଦରକୁ ରାଜକୀୟ ସେବା ଯୋଗାଇ ଦେଉଥିବା ନେଇ କଥା ସାମ୍ନାକୁ ଆସିବା ପରେ ପରବର୍ତ୍ତୀ ମୂହୁର୍ତ୍ତରେ ପୁଣି କଏଦୀଙ୍କୁ ଜେଲ୍ ଭିତରେ ଗଂଜେଇ ବିକି ଧରାପଡିଛନ୍ତି ଜେଲ ଓ୍ବାର୍ଡର | ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ମଣ୍ଡଳ କାରାଗାରରୁ |

ତେବେ ତୁରନ୍ତ ତଦନ୍ତ ଆରମ୍ଭ ସହ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି ଜେଲ କର୍ତ୍ତୃପକ୍ଷ | ଅଭିଯୁକ୍ତ ଜେଲ ଓ୍ବାର୍ଡର ନିଳାମ୍ବର ପୂଜାରୀଙ୍କୁ ବଣେଇଗଡ ଜେଲକୁ ବଦଳି କରାଯାଇଛି | ଅଭିଯୋଗ ଉପରେ ତଦନ୍ତ ଜାରି ରହିଥିବା କହିଛନ୍ତି ଜେଲ ସୁପରିଟେଣ୍ଡଣ୍ଟ ମନୋରଂଜନ ପ୍ରତିହାରୀ | ଏଭଳି ଘଟଣା ଜଣାପଡିବା ପରେ କଏଦୀଙ୍କୁ ମଧ୍ଯ ପଚରାଉଚୁରା କରାଯାଇଛି | କଏଦୀ ମଧ୍ଯ ପଇସା ଦେଇ ଗଂଜେଇ ନେଇଥିବା କହିଛନ୍ତି | ଜେଲ ଭିତରକୁ ଜେଲ ଓ୍ବାର୍ଡର କେମିତି ଗଂଜେଇ ନେଲେ ବୋଲି ଏବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି |

   Related Posts