ମହଙ୍ଗା ପଡିଲା ପୋଲିସଗିରି, ଥାନା ଡ୍ୟୁଟିରୁ ଘରୋଇ ଡ୍ରାଇଭରଙ୍କ ବହିଷ୍କାର ଲାଗି MCLକୁ ଏସ୍‌ପିଙ୍କ ଚିଠି

Published By : Prameya-News7 Bureau | July 05, 2020 IST

ଝାରସୁଗୁଡା ୦୫।୦୭: ମହଙ୍ଗା ପଡିଲା ଘରୋଇ ଗାଡ଼ି ଡ୍ରାଇଭରର ପୁଲିସ ଗିରି । ବ୍ରଜରାଜନଗରେ ଥାନାରେ  ଏନେଇ ମାମଲା ରୁଜୁ ହୋଇଛି  । ଘରୋଇ ଡ୍ରାଇଭରକୁ କାର୍ଯ୍ୟରୁ ବାହାର କରିବାକୁ MCLକୁ ଚିଠି ଲେଖିଛନ୍ତି ଏସ୍‌ପି ।

{"id":296158,"sizeSlug":"large"}

ବ୍ରଜରାଜନଗର ଥାନାରେ ନିୟୋଜିତ ଘରୋଇ ଗାଡି ଡ୍ରାଇଭର ଯୋଶୀ ତାଣ୍ଡି ଶନିବାର ସଟଡ଼ାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ଯୁବକକୁ ସର୍ବ ସମ୍ମୁଖରେ କାନ ଧରି ଉଠ ବସ କରାଇଥିଲା । ବ୍ରଜରାଜନଗର ଥାନା ଅଧିକାରୀଙ୍କ ଉପସ୍ଥିତିରେ ଘରୋଇ ଡ୍ରାଇଭର ଜଣକ ଯୁବକଙ୍କୁ ଉଠ ବସ କରାଇବା ଭିଡିଓ ଭାଇରଲ ହେବାରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଝାରସୁଗୁଡା ଏସପି ରାହୁଲ ପିଆର ଏ ନେଇ ଟ୍ୱିଟ କରି ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.