Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ରାଗିଂ: ୬ ଜଣ ଛାତ୍ରଙ୍କ ବିରୋଧରେ ହେଲା ଆକ୍ସନ

18/09/2019 at 7:35 PM

କଟକ୧୮|୯; ସମ୍ବଲପୁର ପରେ ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ରାଗିଂ ଅଭିଯୋଗ । ଇଷ୍ଟ ହଷ୍ଟେଲରେ ରହୁଥିବା ଜଣେ ପ୍ରଥମ ବର୍ଷ ଛାତ୍ରଙ୍କୁ ଦ୍ବିତୀୟ ଓ ତୃତୀୟ ବର୍ଷ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ୬ ଜଣ ଛାତ୍ରଙ୍କ ବିରୁଧରେ ଆକ୍ସନ ନେଇଛନ୍ତି ରେଭେନ୍ସା କାର୍ତ୍ତୃପକ୍ଷ । ଇଷ୍ଟ ହଷ୍ଟେଲରୁ ୬ ଅଭିଯୁକ୍ତ ଛାତ୍ରଙ୍କୁ ବିଦା କରାଯାଇଛି । ଏଥି ସହ ସେମାନେ ଗୋଟିଏ ସେମିଷ୍ଟାର ପରୀକ୍ଷା ଦେଇପାରିବେନି ।

ସମ୍ବଲପୁର ପରେ କଟକ । ରେଭେନ୍ସା ବିଶ୍ବବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଇଷ୍ଟ ହଷ୍ଟେଲରୁ ଆସିଛି ଏଭଳି ଅଭିଯୋଗ । ହଷ୍ଟେଲର ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ପ୍ରଥମ ବର୍ଷର ଛାତ୍ରଙ୍କୁ ମାଡ ମାରିଥିବା ନେଇ ତାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି ।

ଗତ ସୋମବାର ଏହି ଘଟଣା ଘଟିଥିଲା । ବୁଧବାର ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟି ବୈଠକରେ ଉଭୟଙ୍କ ପକ୍ଷ ଶୁଣିବା ପରେ ସିନିୟର ଛାତ୍ରଙ୍କ ବିରୁଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ରାଗିଂ କରିଥିବା ୬ ଜଣ ଛାତ୍ରଙ୍କୁ ଇଷ୍ଟ ହଷ୍ଟେଲରୁ ବିଦା କରାଯାଇଛି । ସେମାନେ ରେଭେନ୍ସାର କୌଣସି ହଷ୍ଟେଲରେ ରହି ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛିନ୍ତି ରେଭେନ୍ସା ଡିଏସଡବ୍ଲ୍ୟୁ ।

ସୋମବାର ରାଗିଂର ଶିକାର ଛାତ୍ରଙ୍କର ଜନ୍ମ ଦିନ ଥିବା ବେଳେ ଏଭଳି ଘଟଣା ଘଟିଥିବା ବିଶ୍ବବିଦ୍ୟାଳୟ କୁଳ ସଚ୍ଚିବ କହିଛନ୍ତି । ତେବେ ପୂର୍ବରୁ ମଧ୍ୟ କଟକରେ ଥିବା ବୋଷ ଇଞିନିୟରିଂ ସ୍କୁଲ ଓ ରେଭେନ୍ସାରୁ ମଧ୍ୟ ରାଗିଂ ଅଭିଯୋଗ ଆସିଥିବା ନଜିର ରହିଛି ।ଇଷ୍ଟ ହେଷ୍ଟଲର ଅଭିଯୁକ୍ତ ଛାତ୍ରଙ୍କୁ ପ୍ରଥମେ ହଷ୍ଟେଲ ରୁ ବିଦା କରାଯାଇଥିବା ବେଳେ ଆଗମୀ କାର୍ଯ୍ୟାନୁଷ୍ଠାନ ରେଭେନ୍ସା କୁଳପତି ଗ୍ରହଣ କରିବେ ବୋଲି ଡିଏସଡବ୍ଲ୍ୟୁ ସୂଚନା ଦେଇଛନ୍ତି ।

   Related Posts