ଉଦୟଗିରିରେ ଟିକେଟ୍ କଳାବଜାରୀ ନେଇ ନ୍ୟୁଜ୍ ୭ରେ ଖବର ପ୍ରସାରଣ ପରେ ପର୍ଯ୍ୟଟନ ବିଭାଗର ଆକ୍ସନ : ଗେଟ୍ ଦାୟିତ୍ବରେ ଥିବା କର୍ମଚାରୀଙ୍କ ବଦଳି ସହ ଟିକେଟ୍ ବ୍ୟବସ୍ଥା କଡାକଡି

Published By : Prameya-News7 Bureau | November 16, 2019 IST

ଭୁବନେଶ୍ବର ୧୬।୧୧: ଭୁବନେଶ୍ବର ଉଦୟଗିରି ପର୍ଯ୍ୟଟନସ୍ଥଳୀରେ ଟିକେଟ୍ କଳାବଜାରୀର ପର୍ଦ୍ଦାଫାଶ ହେବା ପରେ ଆରମ୍ଭ ହୋଇଛି ଆକ୍ସନ । ଗେଟ୍ ଦାୟିତ୍ବରେ ଥିବା କର୍ମଚାରୀଙ୍କ ବଦଳି ହୋଇଛି । ନ୍ୟୁଜ ୭ରେ ଟିକେଟ୍ କଳାବଜାରୀ ନେଇ ଖବର ପ୍ରସାରଣ ପରେ ପର୍ଯ୍ୟଟନ ବିଭାଗ ସଜାଗ ହୋଇଛି ।

{"id":184916,"sizeSlug":"large"}

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ, ନ୍ୟୁଜ୍ ୭ର ଷ୍ଟିଙ୍ଗ୍ ଅପରେସନର ଭିଜୁଆଲର ଅନୁଧ୍ୟାନ କରାଯିବ । ଏଥିରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

{"id":184913,"sizeSlug":"large"}

ଜୈନ କିର୍ତ୍ତୀରାଜି ସଂପନ୍ନ ଉଦୟଗିରିରେ ପର୍ଯ୍ୟଟକଙ୍କ ପାଇଁ ଥିବା ଟିକେଟ ବ୍ୟବସ୍ଥାରେ ଚାଲିଥିବା କେଳେଙ୍କାରୀର ପର୍ଦ୍ଦାଫାଶ କରିଥିଲା। କିଛି କର୍ମଚାରୀ, ସିକ୍ୟୁରିଟି ଗାର୍ଡ ଓ ଗାଇଡଙ୍କ ମଧୁଚନ୍ଦ୍ରିକା ଗ୍ରୁପ୍  ଟିକେଟ୍ ରିସାଇକ୍ଲିଂ କରାଯାଇ ଦୈନିକ ହଜାର ହଜାର ଟଙ୍କା  କିଛି ଲୋକ ହଜମ କରୁଥିବାର ଷ୍ଟିଙ୍ଗ୍ ଭିଡିଓ ଆମେ ଦେଖାଇଥିଲୁ ।

{"id":184914,"sizeSlug":"large"}

ଏହାପରେ ପରେ ଉଦୟଗିରିରେ ଟିକେଟ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ତେବେ ଯେଉଁମାନେ ଏମିତି କେଳେଙ୍କାରୀ କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା । ଏବେ ଆକ୍ସନ ଆରମ୍ଭ ହୋଇଛି ସତ, ତେବେ କେବଳ ତଳିଆ କର୍ମଚାରୀଙ୍କୁ ବଦଳି କରିଦେଲେ କାମ ସରିଯିବ କି । ଉପରିସ୍ଥ ଅଧିକାରୀଙ୍କ ଉପରେ କେବେ ହେବ ଆକ୍ସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.