Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଯୋଗୀଙ୍କ ସଭାସ୍ଥଳରେ ‘ଗଙ୍ଗା ଜଳ’ ଛିଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ, ସପା ନେତାଙ୍କୁ ବାନ୍ଧିଲା ପୋଲିସ

23/09/2021 at 4:39 PM

ଲକ୍ଷ୍ନୌ ୨୩/୦୯: ଆଗାମୀ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଏବେ ’ଶୁଦ୍ଧିକରଣ ରାଜନୀତି’ ଆରମ୍ଭ ହୋଇଯାଇଛି। ସମ୍ଭଲରେ ମୁଖ୍ୟମନ୍ତ୍ରୀ ଆଦିତ୍ୟାନାଥଙ୍କ କାର୍ଯ୍ୟକ୍ରମର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସପା କାର୍ଯ୍ୟକର୍ତ୍ତା ହେଲିପ୍ୟାଡ୍‌ରୁ ସଭାସ୍ଥଳ ଗଙ୍ଗା ଜଳ ପକାଇ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ସମାଜବାଦୀ ପାର୍ଟି ନେତା ଭାବେଶ ଯାଦବଙ୍କୁ ପୋଲିସ ଗିରଫ କରିଛି। ଏହା ବ୍ୟତୀତ ୧୦ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମାଜବାଦୀ ଯୁବଜନ ସଭାର ପ୍ରଦେଶ ସଂପାଦକ ଭାବେଶ ଯାଦବଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତା ଗଙ୍ଗାଜଳ ଛିଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ସେହି ଦିନ ସନ୍ଧ୍ୟାରେ ଏନେଇ ଭିଡିଓ ଭାଇରାଲ୍‌ ହୋଇଥିଲା। ଏହା ପରେ ପୋଲିସ ଭାବେଶ ଏବଂ ଅନ୍ୟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏବେ ଭାବେଶଙ୍କୁ ଜେଲ୍‌ରେ ପୂରାଇଛି ପୋଲିସ।

ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ସପା ନେତାଙ୍କ ଏଭଳି କାର୍ଯ୍ୟରେ ଯୋଗୀଙ୍କ ପ୍ରଶଂସକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ଅଭିଯୋଗରେ ଦର୍ଶାଇଥିଲେ ଅଭିଯୋଗକାରୀ।

ସମ୍ଭଲର କୈଲାଦେବୀରେ ମଙ୍ଗଳବାର ଯୋଗୀ ଆଦିତ୍ୟନାଥ ଜନସଭାରେ ସମ୍ବୋଧନ କରିଥିଲେ। ତାପର ଦିନ ଅର୍ଥାତ ବୁଧବାର ସପା କାର୍ଯ୍ୟକର୍ତ୍ତା ଗଙ୍ଗା ଜଳ ଛିଞ୍ଚି ସେହି ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ ।

   Related Posts