ଆକ୍ସନ ମୋଡ୍‌ରେ ନୀଳଗିରି ତହସିଲଦାର, ପୁଣି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ

Published By : Prameya-News7 Bureau | October 21, 2020 IST


ନୀଳଗିରି୨୧/୧୦: ଆକ୍ସନ ମୋଡରେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ। କାଠପାଳ ନିକଟ ସୋନନଦୀରୁ ବାଲିଚୋରି ରୋକିବା ଲାଗି ବାରମ୍ବାର ଚଢ଼ାଉ ଚାଲିଚଛି। ମିଳିଥିବା ସୂଚନା ମୁତାବକ ନିଳଗିରି ଅଂଚଳରୁ ୬/୭ ଟି ଟ୍ରାକ୍ଟର ଦୈନନ୍ଦିନ କାଠପାଳ ଯାଇ ରାତିସାରା ନଦୀରୁ ବାଲି ଚୋରି କରି ଅନ୍ୟତ୍ର ଗଚ୍ଛିତ ରଖୁଛନ୍ତି। ସେହିପରି ପୁନଦାଳ, ରାଧାକିଶୋରପୁର, କାଂଶ ସମେତ ସ୍ଥାନୀୟ ଅଂଚଳର୨୦ରୁ ଅଧିକ ଟ୍ରାକ୍ଟର ମଧ୍ୟ ବାଲି ଚୋରିରେ ସାମିଲ ହେଉଥିବା ଜଣାପଡିଛି।

ତହସିଲ ଅଫିସ ଠାରୁ ଆରମ୍ଭ କରି ତହସିଲଦାରଙ୍କ ବାସଭବନ, ବିଭିନ୍ନ ଛକ ପର୍ଯ୍ୟନ୍ତ ବାଲି ମାଫିଆ କିଛି ଯୁବକଙ୍କୁ ନିୟୋଜିତ କରି ଜଗି ରହୁଥିବା ବେଳେ ଚଢ଼ାଉ ବେଳେ ତହସିଲଦାର ବିଫଳ ହେଉଥିବା ଜଣାପଡିଛି। ତେବେ ପୂର୍ବରୁ ଦୁଇ ଗୋଟି ଟ୍ରାକ୍ଟରକୁ ତହସିଲଦାର ଧରିବାରେ ସଫଳ ହୋଇଥିବାବେଳେ ପୁଣି ଆଜି ସକାଳୁ ଆଉ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇ ଯାଉଥିବା ବେଳେ ଜବତ କରିଛନ୍ତି। ପରେ ଫାଇନ ଆଦାୟ ପରେ ଟ୍ରାକ୍ଟରଟିକୁ ଥାନାରେ ଜିମା ଦେଇଛନ୍ତି।

ଜବତ ଟ୍ରାକ୍ଟରର ମାଲିକଙ୍କ ନାଁ ଜଣାପଡିନଥିବା ବେଳେ ଇଞ୍ଜିନ ଓ ଚେଚିସ ନମ୍ବର ଦେଖି ତାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ତେବେ ଏଭଳି ଚଢ଼ାଉ ଆଗକୁ ଜାରି ରହିବ ବୋଲି ତହସିଲଦାର ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.