କଳାବଜାରୀଙ୍କ ଉପରେ ଲାଗିବ ରୋକ୍: ଆଳୁ, ପିଆଜର ସଙ୍କଟ ସ୍ଥିତିକୁ ମୁକାବିଲା କରିବାକୁ ଆକ୍ସନ ମୋଡରେ ଯୋଗାଣ ବିଭାଗ

Published By : Prameya-News7 Bureau | December 27, 2019 IST

ଭୁବେଶ୍ବର୨୭/୧୨: ବ୍ୟବସାୟୀ କିଛି ଦିନ ମୁନାଫା କମାଇବା ପରେ ଆକ୍ସନକୁ ଆସିଛି ଯୋଗାଣ ବିଭାଗ । ଏଣିକି ଧାର୍ଯ୍ୟ ପରିମାଣଠୁ ଅଧିକ ମହଜୁଦ ରଖିଲେ ହେବ ଧରପଗଡ । ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ଯୋଗାଣ ବିଭାଗ । ସେପଟେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ବ୍ୟବସାୟୀ ସଂଘ । ଆକ୍ସନ ମୋଡରେ ଯୋଗାଣ ବିଭାଗ।

କଳାବଜାରୀଙ୍କ ଉପରେ ଲାଗିବ ରୋକ୍ ।  ଆଳୁ, ପିଆଜର ସଙ୍କଟ ସ୍ଥିତିକୁ ମୁକାବିଲା କରିବାକୁ ଆକ୍ସନ ମୋଡରେ  ଯୋଗାଣ ବିଭାଗ । ଶୁକ୍ରବାର ୟୁନିଟ-୧, ଏବଂ ୟୁନିଟ୍-୪ ମାର୍କେଟରେ ଯୋଗାଣ ବିଭାଗ ଚଢାଉ କରିଛି ।  ତେବେ ଯୋଗାଣ ବିଭାଗର ସଂଶୋଧିତ ଷ୍ଟୋରେଜ ନିୟମ ମୁତାବକ ଭୁବନେଶ୍ବରରେ  ଜଣେ ହୋଲସେଲର ୧ହଜାର କୁଇଣ୍ଟାଲ ଆଳୁ ଓ ୨୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ। ସେହିପରି କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ହୋଲ୍ ସେଲରମାନେ ୫ ଶହ କୁଇଣ୍ଟାଲ ଆଳୁ  ଓ ୨୫୦ କୁଇଣ୍ଟାଲ ପିଆଜ ରଖି ପାରିବେ। 

ଅନ୍ୟ ସ୍ଥାନରେ ହୋଲସେଲରମାନେ ୩ଶହ କୁଇଣ୍ଟାଲ ଆଳୁ, ୧୫୦ କୁଇଣ୍ଟାଲ ପିଆଜ ରଖିପାରିବେ । ତେବେ ଖୁଚୁରା ବ୍ୟବସାୟୀ ସର୍ବାଧିକ ୪୦ କୁଇଣ୍ଟାଲ ଆଳୁ, ୨୦ କୁଇଣ୍ଟାଲ ପିଆଜ ରଖିପାରିବେ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ଏହା ଦ୍ବାରା ବ୍ୟବସାୟୀଙ୍କୁ ପରିବହନ ବୋଝ ପଡିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସମ୍ପାଦକ କହିଛନ୍ତି ।

ରାଜ୍ୟରେ ଆଳୁ, ପିଆଜ ଦର ଏବେ ଆକାଶ ଛୁଆଁ । ଆଳୁ କେଜି ୨୫ ରୁ ୨୬ ଟଙ୍କା ଥିବା ବେଳେ ପିଆଜ କେଜି ୧୦୦ ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି । ମହଙ୍ଗା ମାଡରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏବେ ଯୋଗାଣ ବିଭାଗର ଆକ୍ସନକୁ ନେଇ କଣ କହୁଛନ୍ତି ସାଧାରଣ ଲୋକ ଆସନ୍ତୁ ଶୁଣିବା । ତେବେ ଯୋଗାଣ ବିଭାଗ ଚଢାଉକୁ ବ୍ୟାପକ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.