Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଗାଁରେ ହୁଲସ୍ତୁଲ କରୁଛନ୍ତି ନନା: ଚାଷୀଙ୍କ ଅଭିଯୋଗ ପରେ ପଞ୍ଚମକୁ ଚଢ଼ିଗଲା କେନ୍ଦ୍ରମନ୍ତ୍ରୀଙ୍କ ରାଗ, କହିଲେ, ‘ଏମାନଙ୍କ ପଇସାରେ ତମେ ଦରମା ପାଉଛ’

26/01/2021 at 8:13 PM

ନୀଳଗିରି୨୬/୧: ଆକ୍ସନ ମୋଡରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ୨ ଦିନ ହେଲା କେନ୍ଦ୍ରମନ୍ତ୍ରୀ ଧାନମଣ୍ଡିର କର୍ମଚାରୀଙ୍କୁ ପାଣି ପିଇସାରିଲେଣି।ଗତକାଲି ବାଲେଶ୍ବର ନିଧିପଣ୍ଡା ନିକଟରେ ଅସ୍ଥାୟୀ ଧାନମଣ୍ଡି ଚାଲିଥିଲା। ଅଚାନକ କେନ୍ଦ୍ରମନ୍ତ୍ରୀ ସେଠାରେ ପହଞ୍ଚି ଯାଇଥିଲେ। ଏଠାରେ ଧାନମଣ୍ଡି କାହିଁକି ଚାଲିଛି ବୋଲି ପ୍ରଶ୍ନ କରିଥିଲେ। ଏହା ଦେଖି ନନାଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା। ମିଲର ମାଲିକଙ୍କ ସୁବିଧା ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଅସ୍ଥାୟୀ ଧାନମଣ୍ଡିର କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଚାଷୀଙ୍କ କର, ଖଜଣାରେ ଦରମା ପାଉଛ, ମିଲରଙ୍କ ପାଇଁ ଓକିଲାତି କରୁଛ। ତମର ଭାଗ କେତେ ପଡୁଛି। କେଉଁ ମେସିନ୍‌ରେ ସୁକୁତି କାଟୁଛ, ଦେଖାଇଲ ଟିକେ। ଏମିତି ଅନେକ କଥା କହିଥିଲେ ପ୍ରତାପ ଷଡ଼ଙ୍ଗୀ।

ପୁଣି ମଙ୍ଗଳବାର ଆଦିବାସୀ ଗାଁର କିଛି ଲୋକଙ୍କ ଅଭିଯୋଗ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ନୀଳଗିରି ବ୍ଲକ ଅଧିନ ପିଠାହତା ପଞ୍ଚାୟତର ଶତାଧିକ ଆଦିବାସୀମାନେ ଆଜି ବିଭିନ୍ନ ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ। ଉକ୍ତ ଅଞ୍ଚଳର ବାବୁଲି ବୁଗୁଡି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଲୋନ୍‌ ହଡପ ହୋଇଥିବା ଅଭିଯୋଗ ନନାଙ୍କ କାନରେ ପଡିଥିଲା। ଲୋନ ଉଠିଥିବା ୩୫ ହଜାର, ଚାଷୀଙ୍କୁ ମିଳିଥିଲା ୫ ହଜାର। ପରବର୍ତ୍ତୀ ସମୟରେ ଚାଷୀଙ୍କ ଦୁଆରେ ନୋଟିସ୍‌ ଝୁଲାଇ ଦେଇଥିଲେ ବ୍ୟାଙ୍କ କର୍ମଚାରୀ। ଏହି କଥା ଜାଣିବା ପରେ ନନା ରାଗରେ ପୁରା ପାଚି ଯାଇଥିଲେ। ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

   Related Posts