ଅକ୍ଟୋବର ଶେଷ ସୁଦ୍ଧା ଭାରତରେ ଲଞ୍ଚ୍ ହେବ ଆକ୍ସନ ମୋବାଇଲ୍ ଗେମ୍ FAU-G

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଳୀ ୦୫/୦୯: ଏବେ ପବଜୀର ଯୁଗ ହୋଇଛି ଶେଷ।  ଇଣ୍ଡିଆନ୍ ଫାର୍ମ ଦ୍ବାରା ବ୍ୟାଟେଲ ରୟାଲ ଭିଡିଓ ଗେମ୍ ଫୌ-ଜି ଲଞ୍ଚ୍ ହେବ। ଏହାକୁ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାରଙ୍କ ବୁଝାମଣାରେ ଲଞ୍ଚ କରାଯିବ। ଭାରତରେ ପବଜୀ ବ୍ୟାନ ହେବାର ଫାଇଦା ଏହାକୁ ମିଳିବ ବୋଲି କୁହାଯାଉଛି। ବେଙ୍ଗାଲୁରୁର ଏନ୍ କୋର ଗେମ୍ ଦ୍ବାରା ଫୌ-ଜି ଅକ୍ଟୋବର ଶେଷ ସୁଦ୍ଧା ଲଞ୍ଚ କରାଯିବ। କମ୍ପାନିର କୋ-ଫାଉଣ୍ଡର ବିଶାଳ ଗୋଂହଲ ଏହି ସୂଚନା ଦେଇଛନ୍ତି।

{"id":325373,"sizeSlug":"large"}

ଏହି ଗେମର ପ୍ରଥମ ଲେବଲ ଗଲଓ୍ବାନ ଘାଟି ଉପରେ ଆଧାରିତ। ଜୁନରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଯୁଦ୍ଧରେ ୨୦ ଭାରତୀୟ ଯାବନ ଶହୀଦ ହୋଇଥିଲେ। ଏହାକୁ ନେଇ ସେବେଠୁ ଚୀନ ଓ ଭାରତ ମଧ୍ୟରେ ବିବାଦ ଲାଗି ରହିଛି। ଏହାକୁ ଭିତ୍ତି କରି ଭାରତ ସରକାର ଚୀନ ଉପରେ ପ୍ରଥମେ ଡିଜିଟାଲ ଷ୍ଯ୍ରାଇକ୍ କରିଥିଲେ। ଯଦ୍ଦ୍ବାରା ଟିକକଟକ୍ ସମେତ ଆହୁରି କିଛି ଲୋକପ୍ରିୟ ଆପ୍ ଉପରେ କଟକଣା ଲାଗିଥିଲା। ତାପରେ ୧୧୮ ଆପ୍ସ ବ୍ୟାନ ହୋଇଥିଲା ଯେଉଁଥିରେ ସାମିଲ ଥିଲା ଲୋକପ୍ରିୟ ଗେମ୍ ପବଜୀ।

{"id":325376,"sizeSlug":"large"}

ତେବେ ଫୌ-ଜୀ ମାନେ ସୌନିକ। ଏହା ଖେଳାଳୀଙ୍କ ଲାଗି ଦେଶଭକ୍ତିରେ ପ୍ରେରଣା ହେବ। ଅକ୍ଷୟ କୁମାର ଗେମର କନସେପ୍ଟରେ ସାହାଯ୍ୟ କରିବା ସହ ଏହାର ଟାଇଟଲ ମଧ୍ୟ ସେ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.