ଆକ୍ସନ କିଙ୍ଗ ହିରୋ ଧର୍ମେନ୍ଦ୍ରଙ୍କୁ ହେଲା ୮୫ ବର୍ଷ

Published By : Prameya-News7 Bureau | December 09, 2019 IST

ମୁମ୍ବାଇ୯|୧୨: ଗତକାଲି ବଲିଉଡର ହି ମ୍ୟାନ ଧର୍ମେନ୍ଦ୍ରଙ୍କର ଜନ୍ମଦିନ ଥିଲା। ୧୯୩୫ ମସିହା ଡିସେମ୍ବର ମାସ ୮ ତାରିଖରେ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କର ଜନ୍ମ ହୋଇଥିଲା। ଧର୍ମେନ୍ଦ୍ରଙ୍କର ଅସଲି ନାଁ ହେଉଛି ଧର୍ମ ସିଂହ ଦେଓଲ। ପଞ୍ଜାବରେ ଧର୍ମେନ୍ଦ୍ରଙ୍କ ଜନ୍ମ ହୋଇଥିଲା। ୧୯୪୯ ମସିହାରେ ଧର୍ମେନ୍ଦ୍ର ସୁରୈୟାଙ୍କ ଫିଲ୍ମ “ଦିଲ୍ଲଗୀ” ଦେଖିଥିଲେ। ଏହି ସିନେମା ଦେଖିବା ପରେ ସେ ନିଷ୍ପତ୍ତି ନେଇଥିଲେ ଯେ, ସେ ମଧ୍ୟ ବଲିଉଡରେ ଅଭିନୟ କରିବେ। “ଦିଲ୍ଲଗୀ” ଚଳଚ୍ଚିତ୍ରକୁ ଧର୍ମେନ୍ଦ୍ର ୪୦ଥର ଦେଖିଛନ୍ତି।

{"id":195651,"sizeSlug":"large"}

୧୯୫୮ ମସିହାରେ ଫିଲ୍ମ ଫେୟାର ପତ୍ରିକା ନୂଆ ପ୍ରତିଭା ଖୋଜୁଥିଲା। ଏହା ଜାଣିବା ପରେ ଧର୍ମେନ୍ଦ୍ର ମଧ୍ୟ ଏହାର ଫର୍ମ ଭରିଥିଲେ। ଏହି ପ୍ରତିଯୋଗୀତା ପାଇଁ ଧର୍ମେନ୍ଦ୍ର କଠିନ ପରିଶ୍ରମ କରିଥିଲେ। ଶେଷରେ ଅନେକ ଲୋକଙ୍କୁ ପଛରେ ପକାଇ ସେ ବିଜୟ ହୋଇଥିଲେ। ହେଲେ ଅଭିନେତା ହେବା ପଥ ଏତେ ସହଜ ନଥିଲା।

{"id":195652,"sizeSlug":"large"}

କଠିନ ପରିଶ୍ରମ ଓ ସଂଘର୍ଷ କରିବା ପରେ ୧୯୬୦ ମସିହାରେ ଧର୍ମେନ୍ଦ୍ରଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ପ୍ରଥମଥର ପାଇଁ ଧର୍ମେନ୍ଦ୍ର “ଦିଲ ଭି ତେରା ହମ ଭି ତେରେ”ରେ ଅଭିନୟ କରିଥିଲେ। ହେଲେ ବକ୍ସ ଅଫିସରେ ଫିଲ୍ମ କିଛି କମାଲ କରିନଥିଲା। ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଧର୍ମେନ୍ଦ୍ରଙ୍କୁ ଗୋଟେ ଫାଇଦା ହୋଇଥିଲା। ତାହା ହେଉଛି ଫିଲ୍ମ ମାଧ୍ୟମରେ ତାଙ୍କର ଇଣ୍ଡଷ୍ଟ୍ରିରେ ଭିନ୍ନ ପରିଚୟ ସୃଷ୍ଟି ହୋଇଥିଲା।

{"id":195654,"sizeSlug":"large"}

ଏହା ପରେ ୧୯୯୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଫୁଲ ଔର ପଥର୍‌ରେ ଧର୍ମେନ୍ଦ୍ର ଅଭିନୟ କରିଥିଲେ। ଯାହା ତାଙ୍କ କ୍ୟାରିଅରର ଏକ ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା। ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ ଓ ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ମଧ୍ୟ ହୋଇଥିଲା। ଫିଲ୍ମ ସୁପରହିଟ୍‌ ହେବା ପରେ ବଲିଉଡର ହି ମ୍ୟାନ ଭାବେ ସେ ପ୍ରସିଦ୍ଧ ହୋଇଥିଲେ। ରୋମାଣ୍ଟିକ ଫିଲ୍ମ ସହ ଧର୍ମେନ୍ଦ୍ର ଆକ୍ସନ ଫିଲ୍ମରେ ମଧ୍ୟ ଅଭିନୟ କରୁଥିଲେ। ୧୯୭୫ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଶୋଲେରେ ଅଭିନୟ କରିବା ପରେ ଧର୍ମେନ୍ଦ୍ରଙ୍କ ଭାଗ୍ୟ ବଦଳିଯାଇଥିଲା। ଧିରେ ଧିରେ ଧର୍ମେନ୍ଦ୍ର ଦର୍ଶକଙ୍କ ଦିଲରେ ରାଜ କରିବାକୁ ଲାଗିଲେ।

{"id":195655,"width":581,"height":326,"sizeSlug":"large"}

ଧର୍ମେନ୍ଦ୍ର ଅନେକ ଫିଲ୍ମ ପ୍ରଡ୍ୟୁସ ମଧ୍ୟ କରିଲେ। ଏହି ତାଲିକାରେ ବେତାବ, ଘାୟଲ, ଦିଲ୍ଲଗୀ, ଇଣ୍ଡିୟାନ, ୟମଲା ପଗଲା ଦିୱାନା ୨, ପଲ ପଲ ଦିଲ କେ ପାସ ଭଳି ଅନେକ ଫିଲ୍ମ ସାମିଲ ଅଛି। ଏହା ବ୍ୟତୀତ ଅଭିନେତା ଧର୍ମେନ୍ଦ୍ର ରାଜନୀତିରେ ମଧ୍ୟ କିଛି ଦିନ ପାଇଁ ସକ୍ରିୟ ଥିଲେ। ଧର୍ମେନ୍ଦ୍ର ଦୁଇଥର ବିବାହ କରିଛନ୍ତି। ୧୯୫୪ ମସିହାରେ ପ୍ରକାଶ କୌରଙ୍କୁ ସେ ପ୍ରଥମ ଥର ପାଇଁ ବିବାହ କରିଥିଲେ ।

{"id":195656,"width":563,"height":491,"sizeSlug":"large"}

ପ୍ରକାଶ ଓ ଧର୍ମନ୍ଦ୍ରଙ୍କର ୪ଟି ସନ୍ତାନ ଅଛନ୍ତି, ପୁଅ ସନ୍ନୀ ଦେଓଲ, ବବି ଦେଓଲ ଓ ଢିଅ ବିଜିତ ଦେଓଲ, ଅଜିତ ଦେଓଲ । ଉଭୟ ସନ୍ନୀ ଦେଓଲ ଓ ବବି ଦେଓଲ ବଲିଉଡରେ ସଫଳ ଅଭିନେତା ଭାବେ ପରିଚିତ। ୧୯୮୦ ମସିହାରେ ଧର୍ମେନ୍ଦ୍ର ହେମା ମାଳୀନିଙ୍କୁ ବିବାହ କରିଥିଲେ। ହେମା ଓ ଧର୍ମେନ୍ଦ୍ରଙ୍କର ଦୁଇଟି ଝିଅ ଅଛନ୍ତି।  

{"id":195657,"sizeSlug":"large"}

ସେମାନେ ହେଉଛନ୍ତି ଇଶା ଓ ଅହାନା ଦେଓଲ। ବଲିଉଡରେ ଧର୍ମେନ୍ଦ୍ରଙ୍କୁ ହି ମ୍ୟାନ ବ୍ୟତୀତ ଆକ୍ସନ କିଙ୍ଗ ଓ ଗରମ ଧରମ ମଧ୍ୟ କୁହାଯାଉଥିଲା। ୧୯୯୭ ମସିହାରେ ଧର୍ମେନ୍ଦ୍ରଙ୍କୁ ଫିଲ୍ମ ଫେୟର ଲାଇଫ ଟାଇମ ଆଚିଭମେଣ୍ଟ ଓ ୨୦୧୨ ମସିହାରେ ପଦ୍ମଭୂଷଣ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ସମଗ୍ର ଦେଶ ତଥା ବିଦେଶରେ ମଧ୍ୟ ଧର୍ମେନ୍ଦ୍ରଙ୍କର ଅସଂଖ୍ୟ ଫ୍ୟାନ୍ସ ଅଛନ୍ତି।            

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.